fbpx
BSKY
BJD SHG SKY
BJD YOUTH SKY

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୁରୁଚଣ୍ଡାଳ ଦୋଷ, ଏହିସବୁ ବ୍ୟକ୍ତିମାନଙ୍କ ଉପରେ ପଡ଼ିବ ପ୍ରଭାବ; ଜାଣନ୍ତୁ ଆପଣଙ୍କ ରାଶି ଅଛିକି ସାମିଲ

ଭୁବନେଶ୍ୱର: ଜୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଫଳରେ ବିଭିନ୍ନ ପ୍ରକାର ଯୋଗ ସୃଷ୍ଟି ହେବା ସହ ପ୍ରତ୍ୟେକ ବ୍ୟକ୍ତି ଉପରେ ଏହାର ପ୍ରଭାବ ମଧ୍ୟ ପଡ଼ିଥାଏ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତି ସେମାନଙ୍କ ଜୀବନରେ ଅନେକ ସଫଳତା ହାସଲ କରିଥିବା ବେଳେ ଅନ୍ୟ କେତେକ ରାଶିର ବ୍ୟକ୍ତିମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି। ତେବେ ପୂର୍ବରୁ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ଫଳରେ ଅନେକ ଯୋଗ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଏକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଯାହାକୁ ଗୁରୁଚଣ୍ଡାଳ ଦୋଷ କୁହାଯାଏ ।

ଶାସ୍ତ୍ର ଅନୁସାରେ ଯେତେବେଳେ ଗୁରୁ ଏବଂ ରାହୁ ଏକାଠି ସଂଯୋଗ ହୁଅନ୍ତି ସେତେବେଳେ ଏହି ଯୋଗ ସୃଷ୍ଟି ହୋଇଥାଏ । ଜୋତିଷଶାସ୍ତ୍ର ମତରେ ଏହି ଗୁରୁଚଣ୍ଡାଳ ଦୋଷ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ ଯାହାକି ୭ ମାସ ରହିବ । ଫଳରେ ଏହା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ୍ କରି ୩ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୩ଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ…

ମେଷ: ଜୋତିଷଶାସ୍ତ୍ର ଅନୁସାରେ ଗୁରୁ ଚଣ୍ଡାଳ ଦୋଷ ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ସ୍ବାସ୍ଥ୍ୟ ସମ୍ବନ୍ଧିୟ ସମସ୍ୟା ଦେଖାଯିବା ସହ ଧନ ହାନୀ ର ମଧ୍ୟ ଯୋଗ ରହିଛି। ଏଥିସହିତ ମନ ଅସ୍ଥିର ରହିବ ଏବଂ ମାନସିକ ଦୁଚିନ୍ତା ମଧ୍ୟ ବୃଦ୍ଧି ପାଇବ ।

ମିଥୁନ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଗୁରୁ ଚଣ୍ଡାଳ ଦୋଷ ସେମାନଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇବ। ଏଥିସହିତ ଆର୍ଥିକ ସମସ୍ୟା ଦେଖାଯିବା ସହ ଅଶୁଭ ସମାଚାର ମାଳିବାର ମଧ୍ୟ ସଂକେତ ମିଳୁଛି । ଏତତ୍ ବ୍ୟତୀତ ନ ଭାବି ଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ସମସ୍ତ କାର୍ଯ୍ୟ ଧର୍ଯ୍ୟର ସହ କରନ୍ତୁ ।

ଧନୁ: ଶାସ୍ତ୍ର ଅନୁସାରେଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଗୁରୁ ଚଣ୍ଡାଳ ଦୋଷ ଅନେକ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତି ମାନେ କ୍ଷତି ସହିପାରନ୍ତି । ତେଣୁ ଧର୍ଯ୍ଯର ସହ କାମ କରନ୍ତୁ । ଏଥିସହିତ ଯାନବାହନ ଚଳାଇବା ସମୟରେ ସତ୍ତର୍କତା ଅବଲମ୍ବନ କରନ୍ତୁ ।

Get real time updates directly on you device, subscribe now.