fbpx
BJD SKY
BJD SKY

ଗୁରୁଗ୍ରାମ ସ୍ଥିତ ରେଷ୍ଟୁରାଷ୍ଟର ଲାଇସେନ୍ସ ବାତିଲ୍: ମାଉଥ୍ ଫ୍ରେସନର ବଦଳରେ ଗ୍ରାହକଙ୍କୁ ଦେଇଥିଲେ ଡ୍ରାଏ ଆଇସ୍

BJD

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମାଉଥ୍ ଫ୍ରେସନର ବଦଳରେ ଡ୍ରାଏ ଆଇଏସ୍ ଦେଇଥିବା ଗୁରୁଗ୍ରାମର ସେକ୍ଟର ୯୦ ସ୍ଥିତ ରେଷ୍ଟୁରାଣ୍ଟ ଉପରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଉକ୍ତ ରେଷ୍ଟୁରାଣ୍ଟର ଲାଇସେନ୍ସ ବାତିଲ କରାଯାଇଛି । ମାର୍ଚ୍ଚ ମାସ ୨ ତାରିଖରେ ମାଉଥ୍ ଫ୍ରେସନର ବଦଳରେ ଡ୍ରାଏ ଆଇସ୍ ଦିଆଯିବା ଫଳରେ ୫ ଜଣ ଗ୍ରାହକଙ୍କର ରକ୍ତ ବାନ୍ତି ହୋଇଥିଲା । ଉକ୍ତ ମାମଲରେ ଫୁଡ୍ ଆଣ୍ଡ ସେଫଟି ଡିପାର୍ଟମେଣ୍ଟ ପକ୍ଷରୁ ଉକ୍ତ ରେଣ୍ଟୁରାଣ୍ଟର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଏଥିସହିତ ସହରରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକରେ ଯାଞ୍ଚ ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି । ଯେଉଁ ସଂସ୍ଥା ସନ୍ତୋଷଜନକ ଉତ୍ତର ଦେବାରେ ଅକ୍ଷମ ହେବେ ସେମାନଙ୍କର ମଧ୍ୟ ଲାଇସେନ୍ସ ରଦ୍ଦ କରି ଦିଆଯିବ ।

ସୂଚନାଯୋଗ୍ୟ ଯେ, ଗତ ମାସ ୨ ତାରିଖରେ ଗ୍ରାହକଙ୍କୁ ମାଉଥ୍ ଫ୍ରେସନର ବଦଳରେ ଗୁରୁଗ୍ରାମର ଉକ୍ତ ରେଷ୍ଟୁରାଣ୍ଟ ତରଫରୁ ଡ୍ରାଏ ଆଇସ ଦିଆଯାଇଥିଲା । ଫଳରେ ୫ ଜଣ ଗ୍ରାହକଙ୍କର ରକ୍ତ ବାନ୍ତି ହେବା ସହିତ ମୁହଁରେ ଜ୍ୱଳନ ହୋଇଥିଲା । ଏହାପରେ ସେମାନଙ୍କୁ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଗ୍ରାହକଙ୍କୁ ମାଉଥ୍ ଫ୍ରେସନର ବଦଳରେ ଡ୍ରାଏ ଆଇସ୍ ଦିଆଯାଇଥିବାରୁ ସେମାନଙ୍କର ରକ୍ତବାନ୍ତି ହୋଇଥିଲା ବୋଲି ଡାକ୍ତର ସ୍ପଷ୍ଟ କରିଥିଲେ । ସାଧାରଣ ଭାବେ ଡ୍ରାଏ ଆଇସ ଏକ ଶୁଖିଲା ବରଫ ପରି ହୋଇଥାଏ । ଏହା ଯେତିକି ଉପଯୋଗୀ ସେତିକି ବିପଜ୍ଜନକ ଅଟେ ।

Get real time updates directly on you device, subscribe now.