fbpx
BJD SKY
BJD SKY

ଆଇପିଏଲ-୨୦୨୪ ଶିଡ୍ୟୁଲରେ ପରିବର୍ତ୍ତନ: କିଛି ମ୍ୟାଚ ତାରିଖ ବଦଳାଇଲା ବିସିସିଆଇ

BJD

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ୨୫ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଟାଟା ଆଇପିଏଲ-୨୦୨୪ର ସମ୍ପୂର୍ଣ୍ଣ ଶିଡ୍ୟୁଲ ଜାରି କରାଯାଇଥିଲା । ପ୍ରଥମେ ୧୭ ଦିନ ପାଇଁ ୨୧ଟି ମ୍ୟାଚର ଶିଡ୍ୟୁଲ ଜାରି କରାଯାଥିଲା । ପରବର୍ତ୍ତୀ ସମୟରେ ଅବଶିଷ୍ଟ ୫୩ଟି ମ୍ୟାଚ ପାଇଁ ତାରିଖ ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ମ୍ୟାଚର ତାରିଖ ଓ ଭେନ୍ୟୁ ଜାରି କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୮ରୁ ମେ ୨୬ ପର୍ଯ୍ୟନ୍ତ ମ୍ୟାଚର ସବିଶେଷ ବିବରଣୀ ଜାରି କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆଇପିଏଲର କିଛି ମ୍ୟାଚର ଶିଡ୍ୟୁଲ ପରିବର୍ତ୍ତନ କରିଛି ବିସିସିଆଇ । ଦୁଇଟି ମ୍ୟାଚର ତାରିଖ ବଦଳାଇ ଯାଇଛି । ଏପ୍ରିଲ ୧୭ରେ ଇଡେନ୍ ଗାର୍ଡନ୍ସରେ ହେବାକୁ ଥିବା କୋଲକତା-ରାଜସ୍ଥାନ ମ୍ୟାଚ ଏପ୍ରିଲ ୧୬ ତାରିଖରେ ହେବ । ସେହିପରି ଏପ୍ରିଲ ୧୬ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଦିଲ୍ଲୀ-ଗୁଜରାଟ ମ୍ୟାଚ ଏପ୍ରିଲ ୧୭ ତାରିଖରେ ଖେଳାଯିବ । ଏପ୍ରିଲ ୧୭ରେ ରାମ ନବମୀ କାରଣରୁ କୋଲକତା ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ପଷ୍ଟ କରିନଥିଲା । ସେହିପରି ଏପ୍ରିଲ ୧୯ରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ତେଣୁ କୋଲକତା-ରାଜସ୍ଥାନ ମ୍ୟାଚକୁ ଏପ୍ରିଲ ୧୬ ବା ଏପ୍ରିଲ ୧୮ରେ କରାଇବା ନେଇ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ (ସିଏବି) ପକ୍ଷରୁ ବିସିସିଆଇକୁ ପ୍ରସ୍ତାବ ଦିଆଯାଇଥିଲା ।ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲ ସଂସ୍କରଣର ଫାଇନାଲ ମେ ୨୬ରେ ଚେନ୍ନଇର ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ୧୩ଟି ସହରରେ ୭୪ଟି ମ୍ୟାଚ ଖେଳାଯିବ । ଚେନ୍ନଇ, ବେଙ୍ଗାଲୁରୁ, ମୁମ୍ବାଇ, ହାଇଦ୍ରାବାଦ, ଜୟପୁର, କୋଲକାତା, ଦିଲ୍ଲୀ, ମୋହାଲି, ଅହମଦାବଦ, ଓ ଲକ୍ଷେ୍ନø ପରି ୧୦ଟି ମୁଖ୍ୟ ସହର ସମେତ ବିଶାଖାପଟ୍ଟନମ୍, ଗ୍ୱାହାଟୀ ଓ ଧର୍ମଶାଳା ସାମିଲ ରହିଛି ।

Get real time updates directly on you device, subscribe now.