fbpx

ଗୁଟଖା ବିକ୍ରି କରିବନି… ବିଷ ଦେବା ମାମଲାର ଅଭିଯୁକ୍ତକୁ ସର୍ତ୍ତ ରଖି ଜାମିନ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଷ ଦେବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଗ୍ରଣୀ ଜାମିନ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ମାତ୍ର ଗୋଟିଏ ସର୍ତ୍ତ ରଖିଲେ ଅଗ୍ରୀମ ଚମିନ ଆବଦେନକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଚାରପତି । ଅଭିଯୁକ୍ତଙ୍କୁ ‘କେବେ ଗୁଟଖା ବିକ୍ରି ନ କରିବା’ର ସର୍ତ୍ତ ରଖି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ତେବେ ଏହି ସର୍ତ୍ତରୁ ଓହରିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହି ମାମଲାର ଶୁଣାଣି କରିବା ସମୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଜଷ୍ଟିସ ଏସଭିଏନ୍ ଭଟ୍ଟୀଙ୍କ ଖଣ୍ଡପୀଠ । ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଇପିସି ଧାରା ୧୮୮ ଏବଂ ଫୁଡ ସେଫ୍ଟୀ ଆଣ୍ଡ ଷ୍ଟାଣ୍ଡାର୍ଡସ ଆକ୍ଟର ବିଭିନ୍ନ ନିୟମ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ତେଣୁ ଜାନୁୟାରୀ ମାସରେ ହାଇକୋର୍ଟ ଅଭିଯୁକ୍ତକୁ ଅଗ୍ରୀମ ଜାମିନ ଦେବା ପାଇଁ ମନା କରି ଦେଇଥିଲେ । ତେବେ ବର୍ତ୍ତମାନ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ମୁଁ ଅଭିଜିତ୍ ଜିତେନ୍ଦ୍ର ଲୋଲାଗେ ପ୍ରତିଶୃତି ଦେଉଛି ଯେ ମୁଁ ଆଗକୁ ଆଉ ଗୁଟଖା ବା ପାନ ମସାଲା ବିକ୍ରି କରିବି ନାହିଁ । ଏଭଳି କହି ଶପଥ କଲେ ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ ବୋଲି କହିଥିଲେ ସୁପ୍ରିମକୋର୍ଟର ବିଚାରପତି । ଯଦି ଆବେଦନକାରୀ ଅଭିଜିତ୍ ଜିତେନ୍ଦ୍ର ଲୋଲାଗେ ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.