fbpx
BJD SKY
BJD SKY

ଚଳନ୍ତା ଟ୍ରେନରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ସଂପର୍କୀୟଙ୍କ ସହ ଠେଲି ଦେଲେ ତଳକୁ

BJD

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଗ୍ୱାଲିଅରରୁ ଆସିଛି ଏକ ଭୟଙ୍କର ଖବର । ଏଠାରେ ଏକ ଚଳନ୍ତା ଟ୍ରେନ୍ ମଧ୍ୟରେ କିଛି ଅସାମାଜିକ ବ୍ୟକ୍ତି ଜଣେ ମହିଳାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଛନ୍ତି । ଅଭିଯୁକ୍ତମାନେ ନିଜ ଉଦ୍ୟମରେ ଅସଫଳ ହେବାରୁ ମହିଳା ଓ ତାଙ୍କର ଜଣେ ସଂପର୍କୀୟଙ୍କୁ ଟ୍ରେନରୁ ଧକ୍କା ଦେଇ ବାହାରକୁ ଫିଙ୍ଗି ଦେଇଛନ୍ତି । ସାରାରାତି ଏହି ଦୁଇ ଜଣ ବେହୋସ ଅବସ୍ଥାରେ ରେଳ ଟ୍ରାକ୍ ପାଖରେ ପଡି ରହିଥିଲେ । ସକାଳ ହେବା ପରେ ଲୋକମାନେ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ସହ ପୋଲିସରେ ଖବର ଦେଇଥିଲେ । ଏହି ଘଟଣା ସୁରଟ ଏକ୍ସପ୍ରେସ୍ ରେ ଘଟିଥିବା ଜଣାଯାଇଛି ।

ଉତ୍ତରପ୍ରଦେଶର ମୁଜାଫରପୁରରୁ ଗୁଜୁରାଟ ଯାଉଥିବା ସୁରଟ ଏକ୍ସପ୍ରେସରେ କିଛି ଅସାମାଜିକ ବ୍ୟକ୍ତି ଜଣେ ମହିଳାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ମହିଳା ଜଣକ ନିଜକୁ ରକ୍ଷା କରିବା ପାଇଁ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ସେତେବେଳେ ଗୁଣ୍ଡା ବଦମାସମାନେ ତାଙ୍କୁ ଓ ତାଙ୍କ ସହ ଥିବା ଜଣେ ସଂପର୍କୀୟଙ୍କୁ ଟ୍ରେନରୁ ତଳକୁ ଧକ୍କା ଦେଇଥିଲେ । ଏହି ଘଟଣାରେ ଏବେ ପୋଲିସ ମାମଲା ରୁଜୁ କରି ଅପରାଧିଙ୍କୁ ଖୋଜୁଛି ।

ଏହି ଘଟଣା ଗ୍ୱାଲିଅରର ବିଲୋଆ ଥାନା ଅଞ୍ଚଳର । ୧୯ ଜୁନ୍ରେ ଏହି ମହିଳା ଜଣକ ନିଜ ସଂପର୍କୀୟଙ୍କ ସହିତ ସୁରଟ ଏକ୍ସପ୍ରେସ୍ରେ ବସି ଲକ୍ଷେ୍ନøରୁ ଗୁଜୁରାଟର ସୁରଟ ଯାଉଥିଲେ । ମହିଳାଙ୍କ ଘର ଝାରଖଣ୍ଡର ପାଲମୁ ଜିଲ୍ଲାରେ । ଏହି ଟ୍ରେନରେ ଗ୍ୱାଲିଅରରୁ ୫ ଜଣ ଲୋକ ଚଢିଥିଲେ । ସମସ୍ତେ ମହିଳାଙ୍କ ସାମ୍ନା ସିଟ୍ରେ ବସିଥିଲେ । କିଛି ସମୟ ପରେ ସେମାନେ ମହିଳାଙ୍କ ସହ ଅଭଦ୍ରାମୀ କରିବା ଆରମ୍ଭ କରି ଦେଇଥିଲେ ।
ପୀଡିତା ବିଲୋଆ ଥାନା ପୋଲିସକୁ କହିଛନ୍ତି ଅଭିଯୁକ୍ତମାନେ ତାଙ୍କ ଫଟୋ ଉଠାଉଥିଲେ । ସେ ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ଓ ତାଙ୍କ ସଂପର୍କୀୟଙ୍କୁ ପିଟିବାରେ ଲାଗିଲେ । ଏହାପରେ ସେ ଓ ତାଙ୍କ ସଂପର୍କୀୟ ଯାଇ ଟ୍ରେନ୍ର ଗେଟ୍ ପାଖରେ ଛିଡା ହେଲେ । ଅଭିଯୁକ୍ତମାନେ ସେଠାରେ ପହଞ୍ଚି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କଲେ । ଯେତେବେଳେ ସେ ଓ ତାଙ୍କ ସଂପର୍କୀୟ ଏହାର ବିରୋଧ କଲେ ସେତେବେଳେ ସେମାନେ ଉଭୟଙ୍କୁ ବରୌଡି ଗ୍ରାମ ନିକଟରେ ଚଳନ୍ତା ଟ୍ରେନରୁ ଠେଲିଦେଲେ । ସୋମବାର ପୁରା ରାତି ମହିଳା ଓ ତାଙ୍କ ସଂପର୍କୀୟ ସେହି ରେଳ ଟ୍ରାକ୍ରେ ଚେତାଶୂନ୍ୟ ହୋଇ ପଡି ରହିଲେ । ମଙ୍ଗଳବାର ସକାଳେ ଗ୍ରାମବାସୀ ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଏହି ଘଟଣା ଜେନେରାଲ୍ କୋଚ୍ ରେ ଘଟିଛି । ପୋଲିସ ଏବେ ରେଲୱେ ଷ୍ଟେସନ ପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ।

Get real time updates directly on you device, subscribe now.