fbpx
BJD SKY
BJD SKY

ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ ନହେଲେ ଖୁବଶୀଘ୍ର ହେବେ କରୋନା ଆକ୍ରାନ୍ତ

BJD

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ଭାଇରସରୁ ବଂଚିବାକୁ ସଫାସୁତୁରା ରହିବା ସହ କିଛି ପୁରୁଣା ଅଭ୍ୟାସ ଆପଣଙ୍କୁ ଛାଡିବାକୁ ପଡିବ । ନହେଲେ ଆପଣ ସଂକ୍ରମିତ ହେବା ନିଶ୍ଚିତ । ମେଡିକାଲ ଏକ୍ସପଟଙ୍କ ଅନୁଯାୟୀ ଖୁବଶୀଘ୍ର ଅପଣ ଏହି ଅଭ୍ୟାସ ବଦଳାନ୍ତୁ ।

ଅପଣଙ୍କ ନଖ ଖାଇବା ଅଭ୍ୟାସ ଅଛି କି ?
ଏକ୍ସପଟଙ୍କ ଅନୁସାରେ ନଖ ଭିତରେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ରହିଥିନ୍ତି । ଯାହା ହାତ ଧୋଇଲେ ମଧ୍ୟ ଯାଇନଥାନ୍ତି । ଏଭଳି ସ୍ଥଳେ ଆପଣଙ୍କୁ ନଖ ଖାଇବାର ଖରାପ ଅଭ୍ୟାସ ବଦଳାଇବାକୁ ପଡିବ ନହେଲେ ଆପଣ ସଂକ୍ରମିତ ହେବାର ସମ୍ଭାବନା ଅଧିକ ।

ଆପଣ ବ୍ରଣ ଚିପନ୍ତି କି ?
ଯଦି ଅପଣଙ୍କ ବ୍ରଣ ସମସ୍ୟା ଅଛି ତେବେ ଏହି ସମୟରେ ଆପଣ ପାର୍ଲର ଯିବା କଥା ଭୁଳିଯାଆନ୍ତୁ । ତାର ଅର୍ଥ ଏହା ନୁହେଁକି ଆପଣ ନିଜେ ନିଜେ ସ୍କିନ ଏକ୍ସପଟ୍ ହୋଇଯିବେ ।ତେଣୁ ବାରମ୍ବାର ବ୍ରଣକୁ ଛୁଅନ୍ତୁ ନାହିଁ ।ଏହା ଦ୍ୱାରା ସଂକ୍ରମଣର ଆଶଙ୍କା ବଢ଼ିଯିବାର ସମ୍ଭାବନା ରହିଛି ।

ଚୁଟିରେ ବାରମ୍ବାର ହାତ ଲଗାଇବା ଅଭ୍ୟାସ ଅଛି କି ?
ଅନେକ ଲୋକ ନିଜ ଚୁଟିରେ ବାରମ୍ଭାର ହାତ ମାରନ୍ତି । ଚୁଟି ବଡଥିଲେ ତ ବାରମ୍ବାର ହାତ ଲଗାନ୍ତି । କିନ୍ତୁ ଆପଣଙ୍କ ଚୁଟି ଯଦି ସଂକ୍ରମିତ ଅଂଚଳ ଛୁଇଁଥିବ ତେବେ ଚୁଟିରୁ ଆପଣଙ୍କ ହାତକୁ ଓ ପରେ ପରେ ପାଟି ବା ନାକ ଦେଇ ଭାଇରସ ଆପଣଙ୍କ ଶରୀରକୁ ପ୍ରବେଶ କରିପାରେ ।

ମୁହଁଧୁଆ ବେସିନ ଉପରେ ଦାନ୍ତଘଷା ବ୍ରସ ରଖୁଛନ୍ତି କି ?
ଅନେକଙ୍କର ବେସିନ ଉପରେ ଦାନ୍ତ ଘଷା ବ୍ରସ ରଖିବାର ଅଭ୍ୟାସ ଥାଏ । କିନ୍ତୁ ଜାଣି ରଖନ୍ତୁ କୈାଣସି ବସ୍ତୁ ଉପରେ ଦୀର୍ଘ ସମୟ ଧରି ଭାଇରସ ରହିପରେ ।ତେଣୁ ବେସିନ ଉପରେ ବ୍ରସ ରଖିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ବେଡସିଟ୍ ନଧୋଇବା
ଅନେକ ଲୋକ ୨ ସପ୍ତାହରେ ଥରେ ବେଡସିଟ ଧୁଅନ୍ତି । ଯାହା ଠିକ୍ ନୁହେଁ । ଆପଣ ବ୍ୟବହାର କରୁଥିବା ବଡେସିଟ୍ ,ତଉଲିଆ ସପ୍ତାହରେ ୨ରୁ ୩ଥର ଭଲଭାବେ ଧୁଅନ୍ତୁ ।

Get real time updates directly on you device, subscribe now.