fbpx

କରୋନା ଭାଇରସ୍: ଭାରତରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୬ହଜାର ଟପିଛି । ୬୪୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୦୩ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୫୭୦୯ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୬୭୮ ନୂଆ ମାମଲା ଆସିଥିବା ବେଳେ ୩୩ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୯୫ହଜାର ୭୧୬ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୩ହଜାର ୪୩୩ ଅଛନ୍ତି । ସୁସ୍ଥ ହୋଇ ୩ଲକ୍ଷ ୫୬ହଜାର ଘରକୁ ଫେରିଛନ୍ତି । ଆମେରିକାରେ ଗତ ୨୪ଘଣ୍ଟାରେ ୧୭୮୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.