fbpx

କଳାହାଣ୍ଡିରେ ଦ୍ୱିତୀୟ କରୋନା ଭାୟା କ୍ରିକେଟ୍

କଳାହାଣ୍ଡି,୧୦.୪(ଓଡ଼ିଶା ଭାସ୍କର):ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିମଧ୍ୟରୁ ଜଣେ ପଜେଟିଭ କଳାହାଣ୍ଡିର ।ଏହାକୁ ମିଶାଇ କଳାହାଣ୍ଡିରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପଂହଚିଛି । କିନ୍ତୁ ତାଙ୍କର ବିଦେଶ କି ରାଜ୍ୟ ବାହାରକୁ ଯିବାର ହିଷ୍ଟ୍ରି ନଥିଲା । କିନ୍ତୁ ଭୁଲ ଥିଲା ଏତିକି ଯେ କଳାହାଣ୍ଡିରେ ଚିହ୍ନଟ ହୋଇଥିବା ପ୍ରଥମ କରେନା ପଜେଟିଭଙ୍କ ସହ ସେ କ୍ରିକେଟ୍ ମ୍ୟାଚ ଖେଳିଥିଲେ । ପ୍ରଥମ ପଜେଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତାଲିକାରେ ଏ ଜଣଙ୍କ ବି ଥିଲେ । ସେଥିପାଇଁ ତାଙ୍କର ମଧ୍ୟ ସ୍ଳାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ରିପୋର୍ଟ ପଜେଟିଭ ଆସିଛି । ପଜେଟିଭ ଆସିବା ପରେ ତାଙ୍କୁ ହସପିଟାଲ ଆଇସୋଲେସନ ରେ ରଖାଯିବା ସହ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.