fbpx

୨୫ ଦେଶକୁ କରୋନା ସଂଜୀବନୀ ଦେବ ଭାରତ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର): କରୋନା ଭଳି ବିପତ୍ତି ସମୟରେ ବିଶ୍ୱକୁ ଭାରତ ଦେବ କରୋନା ସଂଜୀବନୀ । ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ ଟାବଲେଟ ଦେବାକୁ ବିଶ୍ୱର ୩୦ ଟି ଦେଶ ଭାରତକୁ ଅନୁରୋଧ କରିଥିଲେ । ତାହା ପୁଣି କୁଟନୈତିକ ଚ୍ୟାନେଲ ମାଧ୍ୟମ ରେ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ,ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ଭଳି ବହୁ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ । ନିଜ ପାଇଁ ଆବଶ୍ୟକୀୟ ଷ୍ଟକ ରଖିବା ପରେ ଭାରତ ୨୫ ଟି ରାଷ୍ଟ୍ରକୁ ହାଇଡ୍ରୋକ୍ଳୋରୋକୁଇନ ଓ ପାରାସିଟାମଲ ଭଳି ଟାବଲେଟ୍ ଦେବାକୁ ରାଜି ହୋଇଛି ।ଏଥିପାଇଁ ଆବଶ୍ରକୀୟ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଯଦିଓ ହାଇଡ୍ରୋକ୍ଳୋରୋକୁଇନ ଓ ପାରାସିଟାମଲ କରେନାର ପ୍ରକୃତ ମେଡ଼ିସିନ ନୁହେଁ କିନ୍ତୁ କରେନା ଆକ୍ରାନ୍ତଙ୍କ ଉପଚାର ନିମନ୍ତେ ଏହା ବେଶ ଉପଯୋଗୀ ସାବ୍ୟସ୍ଥ ହେଉଛି । ହାଇଡ୍ରୋକ୍ଳୋରୋକୁଇନ ମେଲେରିଆ ପାଇଁ ସେବନ କରାଯାଉଥିବା ବେଳେ ପାରାସିଟାମଲ ଜରର ମେଡ଼ିସିନ ।

Get real time updates directly on you device, subscribe now.