fbpx

କରୋନାରେ ଇଟାଲୀ ସ୍ଥିତି ଭୋଗିବ ଭାରତ !

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ରେ ଇଟାଲୀ ସ୍ଥିତି ଭୋଗିବ ଭାରତ !ଭାରତରେ କରୋନା ରେ ଏପର୍ଯ୍ୟନ୍ତ ୫ହଜାର ୭୩୪ ଜଣ ଲୋକ ଆକ୍ରାନ୍ତ ହେଲେଣି । ମୃତ୍ୟୁସଂଖ୍ୟା ୧୬୬ ଡେଇଁଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇଟାଲୀରେ ଯେଉଁଭଳି ଭାବେ କରେନା ବ୍ୟାପିଥିଲା ସମାନଢ଼ଙ୍ଗରେ ଭାରତରେ ମଧ୍ୟ କାୟା ବିସ୍ଥାର କରୁଛି । କେବଳ ପାର୍ଥକ୍ୟ ହେଉଛି ସମୟ । ଗତ ମାର୍ଚ୍ଚ ମାସରେ କରୋନା ଇଟାଲୀରେ ତାଣ୍ଡବ କରିଥିବା ବେଳେ ଭାରତରେ ଏହା ଏପ୍ରିଲରେ ହେଉଛି ।ସରା ବିଶ୍ୱରେ କରେନା ର ସ୍ଥିତି ପରଖୁଥିବା ୱାଲ୍ଡ ମିଟର ଅନୁସାରେ ଏପ୍ରିଲ ୧ ପର୍ଯ୍ୟନ୍ତ ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟାଥିଲା ୧୯୯୮ ମୃତକଙ୍କ ସଂଖ୍ୟାଥିଲା ୫୮ । ଇଟାଲୀର ପରିସଖ୍ୟାନ ଦେଖଲେ ମାର୍ଚ୍ଚ ୧ ତାରଖ ସୁଦ୍ଧା ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟାଥିଲା ୧୫୭୭, ମୃତକଙ୍କ ସଂଖ୍ୟା ୪୧ ଥିଲା ।ଏପ୍ରିଲ ପ୍ରଥମ ସପ୍ତାହରେ ଅର୍ଥାତ ୭ ତାରିଖ ସୁଦ୍ଧା ଦେଶରେ ୫୯୧୬ ଆକ୍ରାନ୍ତ ହୋଇଥିଲେ ୧୬୦ ଜଣ ମୃତ୍ୟୁବରଣ କରିଥିଲେ । ସେହିଭଳି ମାର୍ଚ୍ଚ ୭ ସୁଦ୍ଧା ଇଟାଲୀରେ ୫୮୮୩ ଜଣ ଆକ୍ରାନ୍ତ ଥିଲେ ୨୩୩ ଜଣ ମୃତ୍ୟବରଣ କରିଥିଲେ । ତଛଡା ପ୍ରତିଦିନ ଇଟାଲୀ ଓ ଭାରତରେ ଆସିଥିବା ପଜେଟିଭ୍ ରିପୋର୍ଟରେ ମଧ୍ୟ କିଛି ପାର୍ଥକ୍ୟ ନାହିଁ । ଇଟାଲୀରେ ମାର୍ଚ୍ଚ ୧ରେ ୫୭୩ ଟି କରେନା ପଜେଟିଭ ଆସିଥିଲା ,ଭାରତରେ ଏପ୍ରିଲ ୧ ତାରଖରେ ୬୦୧ଟି ପଜେଟିଭ ଆସିଛି । ସଂଖ୍ୟା ଟିକିଏ ଅଲଗା । କିନ୍ତୁ ରୋଗର ତୀବ୍ରତା ପ୍ରାୟ ସମାନ । ଆମେ ଆପଣଙ୍କୁ ରିକଭରି ସ୍ଥିତି ମଧ୍ୟ କହିଥାଉ । ମାର୍ଚ୍ଚ ୧ ରେ, ଇଟାଲୀର କରୋନା ଜୀବାଣୁରୁ ୩୩ ଜଣଙ୍କୁ ରିକଭରି କରାଯାଇଥିଲା। ଯେତେବେଳେ କି, ୧ଏପ୍ରିଲରେ ଭାରତରେ ୨୫ ଜଣ । ୭ ମାର୍ଚ୍ଚରେ ଇଟାଲୀରେ ରିକଭରି ସଂଖ୍ୟା ୬୬ ଥିଲା ଏବଂ ୭ ଏପ୍ରିଲରେ ଭାରତରେ ୯୩ ଜଣ ଲୋକ ଏହି ରୋଗରୁ ରିକଭର ହୋଇଥିଲେ।

Get real time updates directly on you device, subscribe now.