fbpx

ମାସ୍କ ନପିନ୍ଧିଲେ ମିଳିବନି ସଉଦା କି ପେଟ୍ରୋଲ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଗତ କାଲିଠୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର । ମାସ୍କ ନ ପିନ୍ଧିଲେ ପ୍ରଥମ ୩ ଥର ୨୦୦ ଟଙ୍କା ଲେଖାଏଁ ଫାଇନ୍ କରାଯିବ । ଚତୁର୍ଥ ଭୁଲରେ ୫୦୦ ଟଙ୍କା ଫାଇନ ଗଣିବେ । କାରଣ ବିଶେଷ କରି କାଶ,ଛିଙ୍କ ବା କଥା ହେବା ବେଳେ ପଡୁଥିବା ଡ୍ରପଲିକ୍ ପାଇଁ କରେନା ବ୍ୟାପିବାର ସମ୍ଭାବନା ଅଧିକ ।ତେଣୁ ପୂର୍ବାପେକ୍ଷା କିଛିଟା ସଚେତନ ହେଲେଣି ରାଜ୍ୟବାସୀ । ଏବେ ପ୍ରାୟ ୯୦ ପ୍ରତିଶତ ଲୋକ ମୁହଁ ଢ଼ାଙ୍କି ଯାଉଛନ୍ତି । ଯଦିବି କହାପାଖରେ ମାସ୍କ ନାହିଁ ତେବେ ରୁମାଲ ବା ଗାମୁଛାରେ ମୁହଁ ଢ଼ାଙ୍କୁଛନ୍ତି । ତଥାପି କିଛି ଅବୁଝା ରହିଯାଉଛନ୍ତି । ଏମାନଙ୍କୁ ସାବାଡ କରିବାକୁ ସରକାର ନୁହେଁ ବରଂ ଲୋକେ ଆଗକୁ ଆସିଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ମାସ୍କ ନପିନ୍ଧିଲେ ସଉଦା ,ପନିପରିବା ନଦେବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ବ୍ୟବସାୟୀ ସଂଘ । ସେହପରି ଅଧିକାଂଶ ପେଟ୍ରୋଲ ପମ୍ପ ବି ଏହି ଫଣ୍ଡା ଅପଣାଇଲେଣି ।

Get real time updates directly on you device, subscribe now.