fbpx

ଅନଲାଇନ୍ ଜୁମ୍ ଆପରେ ପଢୁଥିବା ବେଳେ ଅଚାନକ୍ ଚାଲିଲା ପର୍ଣ୍ଣ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବହୁ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ଏଭଳି ପରିସ୍ଥିତିରେ ପିଲାଙ୍କ ସ୍କୁଲ ବନ୍ଦ ହୋଇଥିବା ବେଳେ ବହୁ ବିଦ୍ୟାର୍ଥୀ ଅନଲାଇନ୍ ଜରିଆରେ ପାଠ ପଢୁଛନ୍ତି । ଅନଲାଇନ୍ ମିଟିଙ୍ଗ ଓ କ୍ଲାସ ପାଇଁ ଜୁମ୍ ଆପ୍ ଖୁବ୍ ବ୍ୟବହାର ହେଉଛି । କିନ୍ତୁ ସେହି ଜୁମ୍ ଆପରେ ପିଲା ପାଠ ପଢୁଥିବା ବେଳେ ଅଚାନକ୍ ଚାଲିଲା ପର୍ଣ୍ଣ ଭିଡିଓ । ପିଲା ଓ ଅଭିଭାବକମାନେ ଡରରେ ଆପକୁ ବନ୍ଦ କରିବା ସହ ସେଥିରୁ ପିଲାମାନଙ୍କୁ ଦୂରେଇ ଦେଇଥିଲେ । ଏଭଳି ଘଟଣା ଲଣ୍ଡନରେ ଘଟିଯାଇଛି, ଯେଉଁଠି ଜୁମ୍ ଆପରେ ପିଲାମାନେ ଅନଲାଇନ୍ ପାଠ ପଢୁଥିଲେ । ଏହି ସମୟରେ ହ୍ୟାକିଙ୍ଗ ଜରିଆରେ ହ୍ୟାକର ଏହି ଆପରେ ପର୍ଣ୍ଣ ଭିଡିଓ ଚଲାଇଥିଲା । ଠିକ୍ ଏହି ସମୟରେ ଆଉ କେତେକ ଯୁବପିଢୀ ଜୁମ ଆପରେ ଫିଟନେସର କ୍ଲାସ ନେଉଥିବା ଜଣାପଡିଛି ।


ତେବେ ପୋଲିସର କହିବା ମୁତାବକ, ବର୍ତ୍ତମାନ ସୁଦ୍ଧା ହ୍ୟାକର ଧରାପଡିନାହିଁ । କିନ୍ତୁ ହ୍ୟାକରଟି ଜୁମ ଆପର ଡାଟା ଅନଲାଇନ୍ ପୋର୍ଟଲରୁ ନେଇଥିଲା, ଯେଉଁଠାରୁ ସେ ପୋଷ୍ଟ କରିଥିଲା । ଏହା ସହ ଖୁବଶୀଘ୍ର ହ୍ୟାକରକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.