ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସ୍ନାକ୍ସ ତିଆରି କରୁଥିବା କମ୍ପାନୀ ହଲଦୀରାମ ଖୁବ ଶିଘ୍ର ବିକ୍ରି ହୋଇପାରେ । ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium, କମ୍ପାନୀର ୭୫ ପ୍ରତିଶତ ଅଂଶ କିଣିବାକୁ ନିଲାମରେ ବିଡ୍ ଡାକିଛି । ଏହି consortiumରେ ବ୍ଲାକଷ୍ଟୋନ ବ୍ୟତୀତ ଆବୁ ଧାବୀ ଇନଭେଷ୍ଟମେଣ୍ଟ ଅଥରିଟୀ ଏବଂ ସିଙ୍ଗାପୁର ଷ୍ଟେଟ ଫଣ୍ଡ ଜିଆଇସି ମଧ୍ୟ ସାମିଲ ରହିଛି । ହଲଦୀରାମ ସ୍ନାକ୍ସ ବିଜନେସର ମୂଲ୍ୟ ୮.୫ ଆରବ ଡଲାର ବୋଲି ଆକଳନ କରାଯାଇଛି ।
ଇକୋନିମିକ୍ସ ଟାଇମ୍ସ ରିପୋର୍ଟରେ ଦାବି କରିଛି ଯେ, ଏହି consortium ନିଲାମରେ ନିଜ ବିଡ୍ ଡାକିଛି । ହଲଦୀରାମ ଦେଶର ପ୍ରସିଦ୍ଧ ବ୍ରାଣ୍ଡ ଅଟେ । ଏଥିରେ ଦେଶ ବାହାରେ ୧୫୦ରୁ ଅଧିକ ରେଷ୍ଟୁରାଣ୍ଟ ଅଛି । ଏଥିରେ ଲୋକାଲ ଫୁଡ, ମିଠା ଏବଂ ଅନେକ ବିଦେଶୀ ଡିସ ମଧ୍ୟ ସାମିଲ ରହିଛି । ସୂତ୍ର ଦାବି କରିଛି ଯେ, ଏହି ଆଲୋଚନା ପ୍ରାରମ୍ଭିକ ଅଟେ । ଯଦି ଏହା ଡିଲ ହେଉଛି ତେବେ ବ୍ଲାକଷ୍ଟୋନ ନେତୃତ୍ୱରେ ଚାଲିଥିବା consortium ପାଖକୁ ହଲଦୀରାମର ମାଲିକାନା ଚାଲିଯିବ । ହଲଦୀରାମର ସିଇଓ କୃଷ୍ଣ ଚୁଟାନୀ ସମେତ ବ୍ଲାକଷ୍ଟୋନ ଆବୁଧାବୀ ଇନଭେଷ୍ଟମେଣ୍ଟ ଅଥରିଟୀ ଏବଂ ସିଙ୍ଗାପୁର ଷ୍ଟେଟ ଫଣ୍ଡ ଜିଆଇସି ଏହି ଡିଲଲୁ ନେଇ କିଛି ବି କହିବାକୁ ମନା କରିଦେଇଛି ।
ଗତ ବର୍ଷ ରାୟଟର୍ସର ଏକ ରିପୋର୍ଟକୁ ନେଇ ଦାବି କରାଯାଇଥିଲା ଯେ, ଟାଟା ଗ୍ରୁପ ହଲଦୀରାମକୁ କିଣିବା ପାଇଁ ଚେଷ୍ଟା କରୁଛି । ସେହି ସମୟରେ କମ୍ପାନୀର ମୂଲ୍ୟ ୧୦ ଆରବ ଡଲାରର ଆକଳନ କରାଯାଇଥିଲା । ବର୍ତ୍ତମାନ ବ୍ଲାକଷ୍ଟୋନ ନେତୃତ୍ୱାଧୀନ କନସୋର୍ଟିୟମ ହଲଦୀରାମ ବ୍ୟବସାୟର ମୂଲ୍ୟ ୮.୫ ଆରବ ଡଲାର ଲଗାଇଛି, ଯାହାକି ଟାଟ ଗ୍ରୁପ ଠାରୁ କମ ଅଟେ ।