fbpx

(video)ନିଜର ସକରାତ୍ମକ ଛବି ଉପସ୍ଥାପନ କରିବାକୁ ହମାସ ଜାରି କଲା ଏକ ଭିନ୍ନ ଭିଡିଓ, ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଜାରି ଯୁଦ୍ଧ ମଧ୍ୟରେ ହମାସ ଏକ ଏପରି ଭିଡିଓ ଜାରି କରିଛି ଯାହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଆତଙ୍କବାଦୀ ଗୋଷ୍ଠୀଙ୍କ କିଛି ବନ୍ଧୁକଧାରୀ ଲୋକ ଏକ ଇସ୍ରାଏଲ ଶିଶୁକୁ କୋଳରେ ଧରି ଖେଳାଉଛନ୍ତି । ଏହା ସହିତ ଏକ ଛୋଟ ଶିଶୁକୁ ବନ୍ଧୁକଧାରୀ ବ୍ୟକ୍ତି ପକ୍ଷରୁ ଝୁଲାରେ ଝୁଲା ଯାଉଥିବାର ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । କୁହାଯାଉଛି ଏହି ଶିଶୁକୁ ସେମାନେ ଯୁଦ୍ଧ କ୍ଷେତ୍ରରୁ ହିଁ କିଡନ୍ୟାପ କରିଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ବିଶେଷଜ୍ଞ କହିଛନ୍ତି ଏପରି ଭିଡିଓ ମାଧ୍ୟମରେ ହମାସ ଏହାର ସକରାତ୍ମକ ଛବି ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଚାହୁଁଛି । ହମାସର ଆତଙ୍କବାଦୀମାନେ ଏହା ଦେଖାଇବାକୁ ଚାହୁଁଛନ୍ତି କି ବନ୍ଦୀଙ୍କ ସହ ସେମାନେ କିପରି ବ୍ୟବହାର କରୁଛନ୍ତି ।

ଭିଡିଓରେ ମିଲିଟାରୀ ୟୁନିଫର୍ମ ଓ ବାନିଅନ ପିନ୍ଧିଥିବା କିଛି ଲୋକ ମଧ୍ୟ ନଜର ଆସୁଛନ୍ତି ଯେଉଁମାନଙ୍କ ଚେହେରା ବ୍ଲର କରାଯାଇଛି । ଏହି ଲୋକମାନେ ଯେଉଁଠାରେ ଅଛନ୍ତି ତାହା ଏକ ସାଧାରଣ ଘର ପରି ଲାଗୁଛି । ଏହି ଲୋକମାନେ ବନ୍ଧକ ରଖିଥିବା ଏହି ଶିଶୁକୁ ଛାତିରେ ଲଗାଇ ଗେହ୍ଲା କରୁଥିବାର ନଜର ଆସୁଛି ।

ତେବେ ଯୁଦ୍ଧରେ ଶିଶୁର ଅପହରଣକୁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ସବୁଠାରୁ ଅଧିକ ଗମ୍ଭୀର ମାମଲା ବୋଲି କହିଛି । ଏହାକୁ ଯୁଦ୍ଧ ଅପରାଧ ଭାବରେ ବିବେଚନା କରାଯାଇଥାଏ ।

Get real time updates directly on you device, subscribe now.