fbpx
BJD SKY
BJD SKY

ଚଡ଼ି-ଗଞ୍ଜି ପିନ୍ଧି କଲେଜରେ ପହଞ୍ଚିଲେ ସରକାରୀ ବାବୁ: ଚେୟାରରେ ବସି କରିବାକୁ ଲାଗିଲେ କାମ

BJD

ୟୁପି: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ସରକାରୀ ଡିଗ୍ରୀ କଲେଜର ଜଣେ ମୁଖ୍ୟ କିରାଣୀଙ୍କ ଚଡ଼ି-ଗଞ୍ଜି ପିନ୍ଧି କାମ କରିବରେ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ କଲେଜର ପ୍ରିନ୍ସିପାଲଙ୍କଠାରୁ ଏହାର ଜବାବ୍ ମାଗିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ କଲେଜ ପ୍ରଶାସନ ଏକ କମିଟି ଗଠନ କରିଛି ।

ଏହି ମାମଲା ହମିରପୁର ଜିଲ୍ଲା ମୁଖ୍ୟାଳୟର କୁଞ୍ଚରେ ଅବସ୍ଥିତ ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜର ବୋଲି ଜଣାପଡିଛି । ଏଠାରେ ଅଖିଳେଶ ସାହୁ ମୁଖ୍ୟ କିରାଣୀ ଭାବରେ ପୋଷ୍ଟିଂ ହୋଇଛନ୍ତି । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଗୋଟିଏ ଫଟୋରେ ଅଖିଳେଶ ସାହୁ ଚଢଡ଼ି-ଗଞ୍ଜି ପିନ୍ଧି ଏକ ଚେୟାରରେ ବସି ମୋବାଇଲ୍ ଫୋନରେ କାହା ସହ କଥା ହେଉଥିବା ନଜର ଆସିଛନ୍ତି । ଦାବି କରାଯାଇଛି ଯେ, ଏହି ଫଟୋଗୁଡ଼ିକ କଲେଜର ଜଣେ କର୍ମଚାରୀ ନିଜେ କ୍ଲିକ୍ କରିଥିଲେ, ଯାହା ପରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ ।

ଅନ୍ୟପକ୍ଷରେ ଅଖିଳେଶ ସାହୁ କହିଛନ୍ତି ଯେ, ଏହି ଫଟୋଗୁଡ଼ିକ ପୁରୁଣା । ସେତେବେଳେ ସେ ହମିରପୁର ଜିଲ୍ଲା ମୁଖ୍ୟାଳୟକୁ ଟ୍ରେଜେରୀ ବିଭାଗରେ କିଛି କାର୍ଯ୍ୟ କରିବାକୁ ଆସିଥିଲେ । ଫେରିବା ବାଟରେ ପ୍ରବଳ ବର୍ଷା ହେଲା ଏବଂ ସେ ଓଦା ହୋଇଗଲା । ଅଫିସ୍ କାର୍ଯ୍ୟ ପରିଚାଳନା କରିବା ମଧ୍ୟ ଆବଶ୍ୟକ ଥିଲା । ଏଭଳି ପରିସ୍ଥିତିରେ ସେ ନିଜର ପୋଷାକ କାଢ଼ି ଶୁଖାଇଥିଲେ ଏବଂ ତାଙ୍କ ଚଡ଼ି-ଗଞ୍ଜିରେ ହିଁ ଅଫିସ୍ କାମ କରିବା ଆରମ୍ଭ କରିଥିଲେ । ଏହା ସହ ସେ ପୁଣି କହିଛନ୍ତି ଯେ, ‘ସେତେବେଳେ ମୋ ପାଖରେ କୌଣସି ଅନ୍ୟ ପୋଷାକ ନଥିଲା । ଏହି କାରଣ ଯୋଗୁଁ ମୋତେ ବାଧ୍ୟ ଏପରି କରିବାକୁ ପଡ଼ିଲା ।’

 

କଲେଜ କମିଟି ଏହାର ତଦନ୍ତ କରିବ :-
ଏଥି ସହ ଜିଲ୍ଲା ପ୍ରଶାସନର ଉଚ୍ଚ ପଦାଧିକାରୀମାନେ କଲେଜର ମହିଳା ପ୍ରିନ୍ସପାଲ ସିରାଜ ଖାନଙ୍କୁ ଏହାର ଜବାବ ମାଗିଛନ୍ତି । ଏହା ପରେ ପ୍ରିନ୍ସପାଲ କଲେଜରେ ଏକ କମିଟି ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି । ଅନେକ ଲୋକ କହୁଛନ୍ତି ଯେ, କାରଣ ଯାହା ହେଉନା କାହିଁକି, ଜଣେ ମୁଖ୍ୟ କିରାଣୀ ଏପରି ପୋଷାକ ପିନ୍ଧି କଲେଜରେ କାମ କରିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.