fbpx

ଲିଙ୍ଗରାଜରେ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ଏଥର ବି ବନ୍ଦ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । କପିଳନାଥରେ ସେବାୟତଙ୍କ ବିବାଦ ଯୋଗୁଁ ହାଣ୍ଡି ଭଙ୍ଗା ଯାତ୍ରା ବନ୍ଦ ରହିଛି । ଏନେଇ ଅପରାହ୍ନ ୪ଟାରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ।

ତେବେ ଏଥର ହାଣ୍ଡିଭଙ୍ଗା ଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସେବାୟତ ବିବାଦ ଯୋଗୁଁ ୨୦୧୫ରୁ ହାଣ୍ଡି ଭଙ୍ଗା ଯାତ୍ରା ହୋଇପାରୁନି ।

Get real time updates directly on you device, subscribe now.