fbpx

ବିଷାକ୍ତ ମଦ ବିକିଲେ ଫାଶୀ! ସରକାରଙ୍କ ବଡ଼ ଘୋଷଣା

ଭୋପାଳ: ଏଣିକି ବିଷାକ୍ତ ମଦ ବିକ୍ରି କରୁଥିବା ଲୋକମାନଙ୍କ ପ୍ରତି କଠୋର ହୋଇଛନ୍ତି ମଧ୍ୟପ୍ରଦେଶ ସରକାର । ମଙ୍ଗଳବାର ଦିନ ବିଷାକ୍ତ ମଦ ବିକ୍ରି କରୁଥିବା ଲୋକମାନଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଥିବା ଜେଲ୍ ଦଣ୍ଡକୁ ବଢ଼ାଇ ଆଜୀବନ କାରାଦଣ୍ଡ ଏବଂ ଫାଶୀ ଦେବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା କ୍ୟାବିନେଟ୍ ବୈଠକରେ ସଂଶୋଧିତ ଡ୍ରାଫ୍ଟକୁ ଅନୁମୋଦନ ଦେଇଛନ୍ତି ।

ଏଥିରେ ବିଷାକ୍ତ ମଦ ଦ୍ୱାରା ହେଉଥିବା ମୃତ୍ୟୁ ମାମଲାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରୁ ଫାଶୀ ଦିଆଯାଇପାରେ ଏବଂ ଜୋରିମାନା ଆକାରରେ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଖାଲି ସେତିକି ନୂହେଁ ଅବୈଧ ଭାବରେ ମଦ ବିକ୍ରି କରିବା ଦ୍ୱାରା ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଟିମ୍ କିମ୍ବା ତଦନ୍ତକାରୀ ଦଳ ଉପରେ ହମଲା କଲେ ତିନି ବର୍ଷର କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସଂଶୋଧିତ ଡ୍ରାଫ୍ଟରେ କୁହାଯାଇଛି । ଏଣିକି ଆଉ ବିଷାକ୍ତ ତଥା ଅବୈଧ ମଦ କାରବାରୀ ମୁକ୍ତି ପାଇପାରିବେନି ।

ସୂଚନା ଯୋଗ୍ୟ, ପୂର୍ବରୁ ବିଷାକ୍ତ ମଦ କାରବାର କରୁଥିବା ଅଭିଯୁକ୍ତଙ୍କ ପାଇଁ ୩୦୦ରୁ ୨୦୦୦ ଟଙ୍କା ଜୋରିମାନା ରଖାଯାଇଥିଲା । ପରେ ଏହାକୁ ୩୦ ହଜାର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ବଢ଼ାଇଦିଆଯାଇଛି ।

Get real time updates directly on you device, subscribe now.