fbpx

ଲଦାଖରୁ ସେନା ପ୍ରତ୍ୟାହାର କରିବ ଚୀନ୍; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଅନ୍ତ ଘଟିବାକୁ ଯାଉଛି । ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉଭୟ ରାଷ୍ଟ୍ରର ସେନାମୁଖ୍ୟଙ୍କୁ ନେଇ ହୋଇଥିବା ୧୨ତମ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହିତ ଉଭୟ ରାଷ୍ଟ୍ର ନିଜର ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଗତ ମେ ମାସରୁ ଉଭୟ ରାଷ୍ଟ୍ର ଏହି ଅଞ୍ଚଳରେ ନିଜର ସେନା ମୁତୟନ କରି ରଖିଛନ୍ତି । ଶେଷ ଥର ପାଇଁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ରାଷ୍ଟ୍ର ୬ ମାସ ତଳେ ରାଜି ହୋଇଥିଲେ । ପୋଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର ପାଇଁ ଉଭୟ ରାଷ୍ଟ୍ର ରାଜି ହୋଇଥିଲେ ।

ଉଭୟ ରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ୯ ଘଣ୍ଟିଆ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇଥିବା ବେଳେ ଗୋଗ୍ରା ହାଇଟରେ ମହଜୁଦ ରହିଥିବା ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ସହମତି ହୋଇଛି । ଚୀନ୍ ଅଧୀନସ୍ଥ ମୋଲ୍ଡୋ ସ୍ଥିତ ଏଲଏସିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ଅବଶିଷ୍ଟ ସୀମା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଛି ।

Get real time updates directly on you device, subscribe now.