fbpx

ଇତିହାସରେ ପ୍ରଥମ; ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କଲେ କିନ୍ନର

ନୂଆଦିଲ୍ଲୀ: ସମାଜରେ ଲିଙ୍ଗଗତ ଭେଦଭାବକୁ ଦୂର କରାଯିବାକୁ ପ୍ରୟାସ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ଏଥିରୁ କେମିତି ପଛରେ ପଡିବ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ନ୍ୟୁଜିଲାଣ୍ଡର ଲୌରେଲ ହବାର୍ଡ । ୪୩ ବର୍ଷୀୟ ଲୌରେଲ ହବାର୍ଡ ଜଣେ କିନ୍ନର ଏବଂ ପ୍ରଥମ କିନ୍ନର ଭାବରେ ସେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୮୭ କିଗ୍ରା ବର୍ଗର ଭାରୋତ୍ତଳନରେ ଅଂଶଗ୍ରହଣ କରୁଥିବା ହବାର୍ଡ ବିଶ୍ୱର ପ୍ରଥମ କିନ୍ନର ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।

ହବାର୍ଡଙ୍କ ଅଂଶଗ୍ରହଣକୁ ନେଇ ବିବାଦ ମଧ୍ୟ ଉଠିଛି । ମହିଳା ପ୍ରତିଯୋଗୀ ମାନେ ହବାର୍ଡଙ୍କ ସହିତ ଅଂଶଗ୍ରହଣକୁ ନେଇ ଆପତ୍ତି ମଧ୍ୟ ଜଣାଇଛନ୍ତି । ତେବେ ଆଇଓସି ପକ୍ଷରୁ ସମସ୍ତ ଅଭିଯୋଗକୁ ଅଣଦେଖା କରାଯାଇଛି । ତେବେ ତାଙ୍କୁ ମିଳିଥିବା ସୁଯୋଗ କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱର ଏକ ସମୁଦାୟ ପାଇଁ ସୁଯୋଗ ବୋଲି ହବାର୍ଡ କହିଛନ୍ତି । ଏହି କ୍ରୀଡା ପ୍ରତି ରହିଥିବା ଭଲପାଇବା ହିଁ ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଉଛି ବୋଲି କହିଛନ୍ତି ହବାର୍ଡ ।

Get real time updates directly on you device, subscribe now.