fbpx

କାନ୍ଦିଲେ ହନୁମାନ, ଲୁହ ବଦଳରେ ଆଖିରୁ ଝରିଲା ରକ୍ତ ! ଦର୍ଶନ ପାଇଁ ଲକ ଡାଉନ ଭାଙ୍ଗିଲେ ଭକ୍ତ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ହନୁମାନ କାନ୍ଦୁଛନ୍ତି । ଆଖିରୁ ବହୁଛି ଲୁହ । କରୋନାରେ ପିଡୀତ ଲୋକଙ୍କ ଦୁଖ ଦେଖିପାରୁନାହାନ୍ତି ବଜରଙ୍ଗବାଲୀ । ଏକାନରୁ ସେକାନରୁ ପ୍ରଘଟ ହୋଇଗଲା କଥା । ହ୍ୱାଟସପରେ ପ୍ରଘଟ ହୋଇଗଲା କଥା । କିଛି ବିଶ୍ୱାସ କଲେ କିଛି ସତ ପରଖିବାକୁ ଚାହିଁଲେ । ଆଉ ଚାହୁଁଚାହୁଁ ମନ୍ଦିର ଆଗରେ ଆରମ୍ଭ ହୋଇଗଲା ଭିଡ । କିଏ ପୂଜାପାଠ ହନୁମାନ ଚାଳିଶା ଗାଇଲା ତ ଆଉ କିଏ ଧୂପ ଭୋଗ ଚଢ଼ାଇଲେ । ଆଉ କେହି କେହିତ ସେଲଫି ନେବାରେ ଲାଗିଲେ । ଚାହୁଁ ଚାହୁଁ ହଜାର ହଜାର ଲୋକଙ୍କ ଭିଡ ଜମିଗଲା ମନ୍ଦିର ଆଗରେ ।ଲୋକେ ଲକ୍ ଡାଉନ ନିୟମ ମାନିଲେନି ।ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଜିଲ୍ଲାରେ । ଖବର ପୁଲିସ ପାଖରେ ପଂହଚିବାରୁ ଲୋକଙ୍କୁ ଘଉଡାଇବରେ ଲାଗିଲା । କିନ୍ତୁ ସତ ବୁଝିଲା ବେଳେକୁ ମନ୍ଦିର ଓ ମୂର୍ତ୍ତି ଉଭୟ ଧୁଆଯାଇଥିଲା । ହନୁମାନଙ୍କ ମୂର୍ତ୍ତିର ମୁଣ୍ଡରେ ଲାଗିଥିବା ସିନ୍ଦୁର ଧୋଇଯାଇ ଆଖିପାଖରେ ତଳକୁ ପଡୁଥିଲା ।ଯାହାକୁ ଲୋକେ ରକ୍ତ ବହୁଥିବା ଭାବିନେଇଥିଲେ ।

Get real time updates directly on you device, subscribe now.