fbpx

Happy New Year 2023 ଆରମ୍ଭ ହେଲା: କେଉଁ ଦେଶରେ କେବେ ନୂଆବର୍ଷ ପାଳନ କରାଯାଇଯାଏ, ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ବିଦାୟ ନେବ ୨୦୨୨ ବର୍ଷ ଆଉ ପାଦ ଥାପିବ ନୂଆବର୍ଷ ୨୦୨୩ । ଆଜି ରାତି ୧୨ଟା ପରେ ନୂଆବର୍ଷ ଉତ୍ସବ ପାଳନ କରିବା ପାଇଁ ସମସ୍ତେ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ବର୍ତ୍ତମାନ କିଛି ଦେଶରେ ନୂଆବର୍ଷ ଉତ୍ସବ ପାଳନ ଆରମ୍ଭ ହୋଇଗଲାଣି । ଏହି କଥାକୁ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ମାତ୍ର କଥାଟି ସମ୍ପୂର୍ଣ୍ଣ ସତ ।

ଟୋଙ୍ଗା, ସମୋଆ ଓ କିରିବାଟି ପରି କିଛି ଦେଶରେ ସର୍ବପ୍ରଥମେ ନୂଆ ବର୍ଷ ପାଳନ କରାଯାଇଥାଏ । ଟୋଙ୍ଗାରେ ସବୁଠାରୁ ପ୍ରଥମେ ଏହା ଶୁଭାରମ୍ଭ କରାଯାଇଥାଏ । ଭାରତୀୟ ସମୟ ଅନୁସାରେ ଆଜି ଦିନ ୩.୩୦ ସମୟରେ ସମୋଆ ଓ କ୍ରିସମାସ ଆଇଲ୍ୟାଣ୍ଡ / କିରିବୈତୀରେ ନୂଆବର୍ଷ ଆରମ୍ଭ ହୋଇ ସାରିଛି ।

ଏସିଆ ମହାଦେଶରେ ଜାପାନ, ଦକ୍ଷିଣ କୋରିଆରେ ସର୍ବପ୍ରଥମେ ନୂଆ ବର୍ଷ ପାଳନ କରାଯାଏ । ଏହି ଦୁଇ ଦେଶରେ ଭାରତୀୟ ସମୟ ଅନୁସାରେ ଡିସେମ୍ବର ୩୧ ତାରିଖ ରାତି ୮.୩୦ ସମୟରେ ପାଳନ କରାଯାଇଥାଏ । ୟୁଏସ ମାଇନର ଆଉଟଲାଇଙ୍ଗ ଆଇଲ୍ୟାଣ୍ଡରେ ସବୁଠାରୁ ଶେଷରେ ଜାନୁଆରୀ ୧ ତାରିଖରେ ସନ୍ଧ୍ୟା ୫.୩୫ରେ ପାଳନ କରାଯାଇଥାଏ । ଭାରତରେ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶରେ ନୂଆବର୍ଷ ପାଳନ କରାଯାଏ ।

୪୦୦୦ ବର୍ଷ ପୂର୍ବେ ନୂଆବର୍ଷ ପ୍ରଥମେ ବେବିଲିନରେ ପାଳନ କରାଯାଇଥିଲା । ମାତ୍ର ସେବେଠାରୁ ନୂଆବର୍ଷ ଜାନୁଆରୀରେ ନୁହେଁ ମାର୍ଚ୍ଚ ୨୧ରେ ପାଳନ କରାଯାଉଥିଲା । ବସନ୍ତ ଋତୁର ସ୍ୱାଗତ ପାଇଁ ଏହି ଉତ୍ସବ ପାଳନ କରାଯାଇଥିଲା । ୧୫୮୨ ମସିହା ଅକ୍ଟୋବର ମାସ ୧୫ ତାରିଖରେ ପ୍ରଥମେ ଜାନୁଆରୀ ୧ରେ ନୂଆ ବର୍ଷ ପାଳନ କରାଯାଇଥିଲା । ଏହାର ଶୁଭାରମ୍ଭ ରୋମାନ ଶାସକ ଜୁଲିୟସ ସିଜନ କରିଥିଲେ ।

Get real time updates directly on you device, subscribe now.