fbpx

ଆସିଲା ୨୦୨୨ ମସିହାର ଭିଜିଲାନ୍ସ ରିପୋର୍ଟ କାର୍ଡ; ଜାଣନ୍ତୁ ଧରାପଡ଼ିଲେ କେତେ କର୍ମଚାରୀ

ଭୁବନେଶ୍ୱର: ଅନେକ ସରକାରୀ କର୍ମଚାରୀ କୋଟି କୋଟି ଟଙ୍କା ରଖିଥିବା ବେଳେ ଭିଜିଲାନ୍ସ ଜାଲରେ ସର୍ବଦା ଧରି ପଡ଼ିଥାନ୍ତି । କିନ୍ତୁ ଗୋଟିଏ ବର୍ଷରେ କେତେ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ଫସନ୍ତି ତାହା ହୁଏତ ଆପଣ ଜାଣି ନଥିବେ । ତେବେ ଭିଜିଲାନ୍ସ ଏନେଇ ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛି । ଭିଜିଲାନ୍ସ ପକ୍ଷରୁ ୨୦୨୨ ମସିହାର ଭିଜିଲାନ୍ସ ରିପୋର୍ଟ କାର୍ଡ଼ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ କେତେଜଣ ସରକାରୀ କର୍ମଚାରୀ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ତାହା ଜଣା ପଡ଼ିଛି ।

ଭିଜିଲାନ୍ସ ରିପୋର୍ଟ ଚାର୍ଜ ଭିଜିଲାନ୍ସ ପକ୍ଷରୁ ୨୦୨୨ର ରିପୋର୍ଟ କାର୍ଡ ପ୍ରଦାନ କରାଯାଇଛି । ଏହି ବର୍ଷ ମୋଟ ୨୮୫ଟି ମାମଲା ରୁଜୁ କରାଯାଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗର ୮୪ଟି ମାମଲା ପଞ୍ଜିକୃତ ହୋଇଥିଲା ବେଳେ ଏହି ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି । ଭିଜିଲାନ୍ସ ନିଦ୍ଦେର୍ଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୨୨ ରେ ଓଡ଼ିଶା ଭିଜିଲାନ୍ସରେ ୧୧୮ଟି ଟ୍ରାପ୍ କେସ୍ ପଞ୍ଜିକୃତ ହୋଇଛି । ଏଥିମଧ୍ୟରେ ଲାଞ୍ଚ ନେବା ବେଳେ ୧୨୬ ଜଣ ସରକାରୀ କମର୍ଚାରୀଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ । ସେମାନଙ୍କଠାରୁ ୩୬ ଲକ୍ଷ ୯୪ ହଜାର ଟଙ୍କା ଜବତ ହୋଇଛି । ଓଡ଼ିଶା ଭିଜିଲାନ୍ସର ଇତିହାସରେ ଟ୍ରାପ୍ କେସରେ ସବାର୍ôଧକ ନଗଦ ଟଙ୍କା ଜବତ ହୋଇଛି । ଏହା ବାବଦରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି । ୨୦୨୨ ରେ ଓଡ଼ିଶା ଭିଜିଲାନ୍ସ ୬୦ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧ ରେ ମାମଲା ରୁଜୁ କରିଛି, ଯାହା ବିଗତ ୫ ବର୍ଷ ମଧ୍ୟରେ ସବୋର୍ଚ୍ଚ ବୋଲି ଜଣାଯାଇଛି । ଗତ ୨୦୨୧ ରେ ୪୬ ଓ ୨୦୨୦ ରେ ୫୩, ୨୦୧୯ ରେ ୪୯ ଏବଂ ୨୦୧୮ ରେ ୫୨ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧ ରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.