fbpx

ଆଶାକର୍ମୀଙ୍କ ପାଇଁ ଖୁସୀ ଖବର : ବଢିଲା ଦରମା, ୬ ବଦଳରେ ପାଇବେ ୧୦ ହଜାର ଟଙ୍କା, ଜାଣନ୍ତୁ କେଉଁ ରାଜ୍ୟରେ

ନୂଆଦିଲ୍ଲୀ : ଆଶା କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ଦିନର ଦାବି ଶୁଣିଲେ ସରକାର । ସେମାନଙ୍କ ଦରମା ବୃଦ୍ଧି ହୋଇଛି । ଆଉ ୬ ହଜାର ପାଇବେନି ସେମାନେ । ଏଣିକି ବର୍ଦ୍ଧିତ ଦରମା ଅନୁଯାୟୀ ସେମାନେ ୧୦ହଜାର ଟଙ୍କା ପାଇବେ । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗସ୍ୱାମୀ ଏହା ଘୋଷଣା କରିଛନ୍ତି।

ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗସ୍ୱାମୀ ବିଧାନସଭାରେ ଘୋଷଣା କରିଛନ୍ତି । ଆଶାକର୍ମୀଙ୍କ ଦରମା ୬,୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏହା ସହିତ ସରକାର ସରକାରୀ ବିଦ୍ୟାଳୟରେ ଜଳଖିଆ ଯୋଜନାରେ ନିୟୋଜିତ କର୍ମଚାରୀଙ୍କ ଦରମାକୁ ୧୮,୦୦୦ କୁ ବୃଦ୍ଧି କରିଛନ୍ତି । ସେ କହିଛନ୍ତି ଯେ ଅନେକ ବିଧାୟକମାନେ ସରକାରୀ କର୍ମଚାରୀଙ୍କ ସେବା ଅବସ୍ଥାରେ ଉନ୍ନତି ଆଣିବା ସପକ୍ଷରେ କହିଥିଲେ। ଆମେ ସମସ୍ତ ସମ୍ଭାବ୍ୟ ପ୍ରୟାସ କରୁଛୁ । ଏହା ସହିତ କର୍ମଚାରୀମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ତୁଲାଇବା ଉଚିତ୍ ।

ସିଏମ ରଙ୍ଗାସାମି କହିଛନ୍ତି ଯେ ସରକାରଙ୍କ ଦ୍ୱାରା ପରିଚାଳିତ ଅନେକ ସମବାୟ ସମିତି କର୍ମଚାରୀଙ୍କ କାର‌୍ୟ୍ୟ ସଂସ୍କୃତି ଯୋଗୁଁ ନିଷ୍କ୍ରିୟ ହୋଇଯାଇଛି। ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଏହି ଅନୁଷ୍ଠାନଗୁଡିକ କିପରି କ୍ଷତି ସହିଛନ୍ତି ସେନେଇ କର୍ମଚାରୀମାନେ ଅନୁଧ୍ୟାନ କରିବା ଉଚିତ୍।

Get real time updates directly on you device, subscribe now.