fbpx

ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଯୌନ ନିର୍ଯାତନା, ସ୍ୱାସ୍ଥ୍ୟକର୍ମୀ ଗିରଫ

ବିହାର,୧୩ ।୪: ବିହାର ଗୟା ଜିଲ୍ଲାର ମଗଧ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭୀଯୋଗରେ ସ୍ୱାସ୍ଥ୍ୟକର୍ମୀକୁ ଗିରଫ କରାଯାଇଛି । ପୋଲିସର କହିବା ମୁତାବକ, ଏଏନଏମସିଏଚ ମେଡିକାଲରେ ଚିକିତ୍ସିତ ହେଉଥିବା ରୌଶନଗଞ୍ଜର ଜଣେ ଗର୍ଭବତୀ ମହିଳା ଘରକୁ ଫେରିଥିଲେ । ୩ ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମହିଳାଙ୍କ ପରିବାର ଲୋକେ ମେଡିକାଲର ଜଣେ କର୍ମଚାରୀଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ କରିଥିଲେ ।

ତେବେ ବାଙ୍କେବାଜାର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ୨୭ ମାର୍ଚ୍ଚରେ ଏଏନଏମସିଏଚ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଦୁଇ ଦିନ ପରେ ମହିଳାଙ୍କୁ କରୋନା ୱାର୍ଡରେ ସିଫ୍ଟ କରାଯାଇଥିଲା, ଯେଉଁଠାରେ ଅନ୍ୟ କୌଣସି ରୋଗୀ ନଥିଲେ । ସ୍ୱାସ୍ଥ୍ୟବସ୍ଥା ଠିକ୍ ହେବାରୁ ସେ ଏପ୍ରିଲ ୨ରେ ଘରକୁ ଫେରିଆସିଥିଲେ । କିନ୍ତୁ ତାହାର ଦିନ ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମେଡିକାଲର ଜଣେ ସ୍ୱାସ୍ଥ୍ୟକର୍ମୀ ବୋହୂକୁ ଦୁଷ୍କର୍ମ କରିଥିବାରୁ ମୃତ୍ୟୁ ହୋଇଛି ବୋଲି ପୀଡିତଙ୍କ ଶାଶୁ କହିଛନ୍ତି । ଅଭିଯୁକ୍ତକୁ ଗିରଫ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.