fbpx

ବଲିଉଡ ଅଭିନେତ୍ରୀ ଜୋୟା ମେରାନି କରେନା ମୁକ୍ତ

ଭୁବନେଶ୍ୱର, ୧୩ ।୪(ଓଡ଼ିଶା ଭାସ୍କର):କରେନା କୁ ମାତ ଦେଲେ ବଲିଉଡ ଅଭିନେତ୍ରୀ ଜୋୟା ମେରାନି । ତାଙ୍କ ରିପୋର୍ଟ ଦୁଇଥର ନେଗେଟିଭ୍ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଶନିବାର ତାଙ୍କ ଭଉଣୀ ସାଜାଙ୍କ ରିପୋର୍ଟ ନେଗେଟିଭ୍ ଆସବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ବଲିଉଡର ଜଣାଶୁଣା ଫିଲ୍ମ ପ୍ରଯୋଜକ କରୀମ ମେରାନୀଙ୍କ ସହ ତାଙ୍କ ଦୁଇ ଝିଅ ସାଜା ଓ ଜୋୟାଙ୍କ କରେନା ରିପୋର୍ଟ ପଜେଟଭ୍ ଆସିଥିଲା । ଯାହା ସାରା ବଲିଉଡକୁ ଚିନ୍ତିତ କରିଥିଲା । ୩ଜଣଯାକ ଭିନ୍ନ ଭିନ୍ନ ହସପିଟାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ ।ଜୋୟା ଡିସଚାର୍ଜ ହେବା ପରେ ତାଙ୍କ ଟୁଇଟର ଆକାଉଣ୍ଟରେ ବାୟ ବାୟ ଆଇସୋଲେସନ ୱାର୍ଡ ବୋଲି ଲେଖିଛନ୍ତି ।

Get real time updates directly on you device, subscribe now.