fbpx

(Video) ପୁଣି ହରଭଜନ-ଶ୍ରୀସନ୍ଥଙ୍କ ଫାଇଟ: ମନେ ପଡିଲା ଆଇପିଏଲର ସବୁଠୁ ବଡ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଇଣ୍ଡିଆନ୍ ପ୍ରିମିୟର ଲିଗ ପ୍ରଥମ ସିଜନର ସବୁଠୁ ବଡ ବିବାଦ । ହରଭଜନ ସିଂହ ଏବଂ ଶ୍ରୀସନ୍ଥ, ଉଭୟଙ୍କ ମଧ୍ୟରେ ଲଢେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ବଡ ବିବାଦ ଭାବରେ ଗଣାଯାଉଛି । ତେବେ ଏହି ସମସ୍ୟାର ସମାଧାନ ପରେ ଚଳିତ ଆଇପିଏଲରେ ଉଭୟଙ୍କୁ ପୁଣିଥରେ କମେଣ୍ଟ୍ରି ବକ୍ସରେ ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଆଜି ପୁଣିଥରେ ଉଭୟଙ୍କ ଭିତରେ ଆଉ ଏକ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଘଟଣାକୁ ନେଇ ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଇପିଏଲ ୨୦୨୩ ଭିତରେ ହରଭଜନ ସିଂହ ଏବଂ ଏସ. ଶ୍ରୀସନ୍ଥଙ୍କ ମଧ୍ୟରେ ପୁଣି ଏକ ଲଢେଇ ଆରମ୍ଭ ହୋଇଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ୨୦୦୮ରେ ହରଭଜନ ଏବଂ ଶ୍ରୀସନ୍ଥ ପଡିଆ ଭିତରେ ଲଢିଥିବା ବେଳେ ଏଥର ଏକ ଲିଫ୍ଟରେ ଲଢେଇ ଲାଗୁଥିବାର ଦେଖାଦେଇଛି । ତେବେ ଏହି ଦୁଇ ଷ୍ଟାର ଖେଳାଳି ପ୍ରକୃତରେ ହାତାହାତି ହୋଇନାହାନ୍ତି । ଗୋଟିଏ ଶବ୍ଦର ଉଚ୍ଚାରଣକୁ ନେଇ ଉଭୟ ଯୁକ୍ତି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ହେଉଛି ଏକ ବିଜ୍ଞାପନ ସୁଟିଙ୍ଗ ସମୟର ଭିଡିଓ । ଲିଫ୍ଟରେ ଯିବା ବେଳେ ଜଣେ ଯୁବତୀଙ୍କୁ ମଧ୍ୟ ପଛରେ ଦେଖାଯାଉଛି । ସେ ଏହି ଘଟଣାର ଭିଡିଓ ରେକର୍ଡ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଏହି ଭିଡିଓ ଅପଲୋଡ କରିଛନ୍ତି ।

ସୂଚନା ଥାଉ କି, ଆଇପିଏଲ ୨୦୦୮ରେ ହରଭଜନ ମୁମ୍ବାଇ ପକ୍ଷରୁ ଖେଳୁଥିବା ବେଳେ ଶ୍ରୀସନ୍ଥ ପଞ୍ଜାବ ପକ୍ଷରୁ ଖେଳୁଥିଲେ । ଏହି ଘଟଣା ପରେ ହରଭଜନଙ୍କୁ ଆଇପିଏଲର ଏହି ସିଜନରେ ବ୍ୟାନ ଲଗାଯାଇଥିବା ବେଳେ ୫ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରୁ ମଧ୍ୟ ରଦ୍ଦ କରାଯାଇଥିଲା । ତେବେ ପରେ ସେ ନିଜର ଏହି ଭୁଲକୁ ସ୍ୱୀକାର କରିଛନ୍ତି । ଏହାସହିତ ସେ ଶ୍ରୀସନ୍ଥଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

Get real time updates directly on you device, subscribe now.