fbpx
BJD SKY
BJD SKY

BJPରେ ବିସ୍ଫୋରଣ: ପୂର୍ବତନ Deputy CMଙ୍କ ଇସ୍ତଫା, ନୂଆ ଚେହେରାଙ୍କୁ ଟିକେଟ, ବରିଷ୍ଠଙ୍କୁ ଉପେକ୍ଷା କାହିଁକି

BJD

ନୂଆଦିଲ୍ଲୀ: ଆସନ୍ତା ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟ ବିଜେପିରେ ବିସ୍ଫୋରଣ ଦେଖିବାକୁ ମିଳିଛି । ୨୨୪ଟି ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳ ଗତକାଲି ୧୮୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ୫୨ ଜଣ ନୂଆ ଚେହେରାଙ୍କୁଦଳ ସୁଯୋଗ ଦେଇଥିବା ବେଳେ ବହୁ ବରିଷ୍ଠ ନେତା ବାଦ୍ ପଡ଼ିଥିଲେ । ଅତିକମରେ ୮ ଜଣ ବିଧାୟକଙ୍କ ଟିକେଟ କଟିଥିବା ଜଣାପଡ଼ିଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଟିକେଟ ଦିଆଯାଇ ନଥିବାରୁ ସେ ଦିଲ୍ଲୀ ଗସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଟିକେଟ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଗତକାଲି ପ୍ରାର୍ଥୀ ଘୋଷଣା ପୂର୍ବରୁ ବରିଷ୍ଠ ନେତା କେ.ଏସ. ଈଶ୍ୱରପ୍ପା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଶିବମୋଗା ବିଧାନସଭା ଆସନର ବିଧାୟକ ଈଶ୍ୱରପ୍ପାଙ୍କ ପରେ ଏବେ ଉକ୍ତ ଆସନରୁ ୧୯ ଜଣ ମହାନଗର ନିଗମ ସଦସ୍ୟ ନିଜର ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ଜିଲ୍ଲା ଅଧ୍ୟକ୍ଷ, ମେୟର ଓ ଡେପୁଟି ମେୟର ମଧ୍ୟ ପଦ ତ୍ୟାଗ କରିଛନ୍ତି । ଆଗକୁ ଆଉ କିଛି ନେତା ମଧ୍ୟ ଦଳରୁ ଇସ୍ତଫା ଦେବା ନେଇ ବିଚାର କରୁଥିବା ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ପୂର୍ବତନ ଡେପୁଟି ସିଏମ୍ ଲକ୍ଷ୍ମଣ ସାବଡ଼ିଙ୍କୁ ଦଳ ଏଥର ଟିକେଟ ଦେଇ ନଥିବାରୁ ସେ ଦଳର ଇସ୍ତଫା ପ୍ରଦାନ କରିଛନ୍ତି । ଏପରି ସ୍ଥିତିରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ଗତଥର ବିଜେପି ରାଜ୍ୟରେ ବହୁମତ ହାସଲ କରିପାରି ନଥିବା ବେଳେ ଏଥର ମଧ୍ୟ ବିରୋଧୀ କଂଗ୍ରେସ ଓ ଜେଡିଏସ ମଜବୁତ ସ୍ଥିତିରେ ରହିଛନ୍ତି । ତେଣୁ ଦଳୀୟ କନ୍ଦଳ ବିଜେପିକୁ ମହଙ୍ଗା ପଡ଼ିପାରେ ।

Get real time updates directly on you device, subscribe now.