fbpx
BSKY SKY
BSKY SKY

(Video) ସୁରେଶ ରୈନାଙ୍କୁ ମାତ୍ ଦେଇ ବାଜି ମାରିଲେ ହରଭଜନ: Legends League ଟ୍ରଫି ଉପରେ କବଜା

BSKY

ନୂଆଦିଲ୍ଲୀ: ଲିଜେଣ୍ଡସ ଲିଗ୍ ଟି-୨୦ର ଫାଇନାଲ ମ୍ୟାଚରେ ବାଜି ମାରିଛନ୍ତି ହରଭଜନ ସିଂହ । ଲିଜେଣ୍ଡସ ଲିଗର ଏହି ସିଜନରେ ଚମ୍ପିଆନ୍ ର ମୁକୁଟ ପିନ୍ଧିଛି ହରଭଜନଙ୍କ ନେତୃତ୍ୱାଧୀନ ମଣିପାଲ ଟାଇଗର୍ସ । ଏହି ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ଦୁଇ ସୁପରଷ୍ଟାର ସୁରେଶ ରୈନା ଏବଂ ହରଭଜନ ସିଂହ ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚରେ ରୈନାଙ୍କ ଦଳକୁ ଚକମା ଦେଇ ଟ୍ରପଫି ହାତେଇବାରେ ସଫଳ ହୋଇଛି ମଣିପାଲ ଟାଇଗର୍ସ । ଅର୍ବନାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରି ହରଭଜନ ଏହି ଟ୍ରଫି ହାସଲ କରିଛନ୍ତି । ଏହାସହିତ କ୍ୱାଲିଫାୟାର-୧ର ପ୍ରତିଶୋଧ ନେଇଛନ୍ତି ଅଧିନାୟକ ଭଜ୍ଜି ।

ପ୍ରଥମେ ବ୍ୟାଟିଂ କରି ରାଇନାଙ୍କ ହାଇଦ୍ରାବାଦ ୧୮୮ ରନର ଲକ୍ଷ୍ୟ ରଖିଥିଲା । ଏହାର ପିଛା କରି ମଣିପାଲ ପକ୍ଷରୁ ରବିନ୍ ଉତ୍ଥାପା ଏବଂ ଚାଡୱିକ ୱାଲଟନ୍ ପାଳି ଆରମ୍ଭ କରିଥିଲେ । ୭୧ ରନର ପାର୍ଟନରସିପ ସହ ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ୭୧ ରନରୁ ଷ୍ଟାର ବ୍ୟାଟର ରବିନ୍ ଉତ୍ଥାପା ମାତ୍ର ୨୭ ବଲରୁ ୫ଟି ଚୌକା ଏବଂ ଗୋଟିଏ ଛକା ସହ ୪୦ ରନର ଦମଦାର ଇନିଂସ ଖେଳିଥିବା ବେଳେ ୧୭ ବଲରୁ ୨୯ ରନ କରି ପାଭିଲିୟନ ଫେରିଥିଲେ ୱାଲଟନ୍ । ଅଷ୍ଟମ ଓଭରରେ ହାଇଦ୍ରାବାଦକୁ ଲଗାତାର ଦୁଇଟି ସଫଳତା ଦେଇଥିଲେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନୀ । ଏହାପରେ ଅମିତ ବର୍ମା ମଧ୍ୟ ମାତ୍ର ୮ ରନରେ ଆଉଟ ହୋଇଯାଇଥିଲେ । ମ୍ୟାଚ ହାଇଦ୍ରାବାଦ ଅଡ଼କୁ ଢଳିଥିବା ବେଳେ ଦଳକୁ କମବ୍ୟାକ କରାଇଛନ୍ତି ଆଞ୍ଜେଲୋ ପରେରା ଏବଂ ଆସେଲା ଗୁଣରତ୍ନେ । ୫୬ ରନର ପାର୍ଟନରସିପ ପରେ ପେରେରା ୩୦ ରନ୍ କରି ବିନ୍ନୀଙ୍କ ଶିକାର ପାଲଟିଥିଲେ ।

ଅନ୍ୟ ପକ୍ଷରେ ମାତ୍ର ୨୯ ବଲରୁ ୫ଟି ଛକା ସହ ଗୁଣରତ୍ନେ ଏକମାତ୍ର ଖେଳାଳି ଭାବରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହିତ ମଣିପାଲ ଟାଇଗର୍ସକୁ ବିଜୟ ଭେଟି ଦେଇଛନ୍ତି ଶ୍ରୀଲଙ୍କାର ଏହି ପୂର୍ବତନ ସୁପରଷ୍ଟାର । ତେବେ ହାଇଦ୍ରାବାଦ ପକ୍ଷରୁ ଷ୍ଟୁଆର୍ଟ ବିନ୍ନୀ ୪ ଓଭରରେ ସର୍ବାଧିକ ୩ଟି ୱିକେଟ ନିଜ ନାମରେ କରିଥିବା ବେଳେ ଜେରମ୍ ଟେଲର ଏବଂ ସାଦବ ଜକାତି ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ଏହି ସିଜଗନରେ ହାଇଦ୍ରାବାଦକୁ ମାତ୍ ଦେଇ ମଣିପାଲ ଟାଇଗର୍ସ ବିଜୟ ଟୀକା ପିନ୍ଧିଛି ।

Get real time updates directly on you device, subscribe now.