ଷ୍ଟାର କ୍ରିକେଟରଙ୍କ ଉପରେ ଭାରୀ ପଡିଲେ ହାର୍ଦ୍ଦିକ: ବିକଳ୍ପ ଖେଳାଳିଙ୍କ ପାଇଁ ବି ବିପଦର ଘଣ୍ଟି

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ତଥା ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଖୁବ ଚର୍ଚ୍ଚାରେ । ବିଶ୍ୱକପ ପରଠୁ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ପାଣ୍ଡ୍ୟା ଏବେ ଭାରତର ଅନେକ ଖେଳାଳିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି । ଏହି ସମୟ ମଧ୍ୟରେ ନିଜ ଖେଳରେ ଅନେକ ପରିବର୍ତ୍ତନ କରିଛନ୍ତି ପାଣ୍ଡ୍ୟା । ଚଳିତ ଓଚଖରେ ଦମଦାର ବ୍ୟାଟିଂ ସାଙ୍ଗକୁ ବୋଲିଂ କରିଛନ୍ତି । ତାଙ୍କର ଏହି ପ୍ରଦର୍ଶନ ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ଦେଇପାରେ ବୋଲି କୁହାଯାଉଛି । ତେବେ ଓଚଖରେ ସେ ଦଳ ପାଇଁ ଏକ ଆଙ୍କର ୩ କିମ୍ବା ୪ ନମ୍ବରରେ ଖେଳୁଛନ୍ତି । ତେଣୁ ଭାରତୀୟ ଦଳରେ ତାଙ୍କୁ କେଉଁ ସ୍ଥାନ ମିଳିବ ସେ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା ।

ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଏପର୍ଯ୍ୟନ୍ତ ୮ଟି ମ୍ୟାଚରେ ୩୦୮ ରନ ସଂଗ୍ରହ କରିସାରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି । ତେବେ ଏ ସମସ୍ତ ରନ ସେ ୩ କିମ୍ବା ୪ ନମ୍ବର ପୋଜିସନରେ ଆସି ହାସଲ କରିଛନ୍ତି । ତେଣୁ ଇଣ୍ଡିଆନ ଟିମରେ ସେ କେଉଁ ସ୍ଥାନରେ ଖେଳିବେ ତାହା ପ୍ରଶ୍ନ ଉଠିଛି । ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ସହ କେ.ଏଲ ରାହୁଲ ଦଳ ତରଫରୁ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ । ୩ ନମ୍ବରରେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ସ୍ଥାନ ପକ୍କା କରିଛନ୍ତି । ତେବେ ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଅୟର ଏବଂ ହାର୍ଦ୍ଦି ପାଣ୍ଡ୍ୟାଙ୍କ ଭିତରେ ହୋଇପାରେ ଯୁଦ୍ଧ । ଅୟରଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ପାରନ୍ତି ହାର୍ଦ୍ଦିକ । କାରଣ ଶ୍ରେୟସଙ୍କ ଅପେକ୍ଷା ହାର୍ଦ୍ଦିକଙ୍କ ପ୍ରଦର୍ଶନ ଓଚଖରେ ଖୁବ ସୁନ୍ଦର ରହିଛି ।

ସେହିପରି ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ତାଙ୍କ ବିକଳ୍ପ କୁହାଯାଉଥିବା ଭେଙ୍କଟେଶ ଆୟର ମଧ୍ୟ ନିରାଶ କରିଛନ୍ତି । ଓଚଖରେ ୯ଟି ମ୍ୟାଚରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଷ୍ଟ୍ରାଇକ ରେଟ ମଧ୍ୟ ୧୦୦ରୁ କମ ରହିଛି । ଅନ୍ୟ ପକ୍ଷରେ ଏହି ଅଲରାଉଣ୍ଡରଙ୍କ ହାତରେ ୯ ମ୍ୟାଚରେ ଗୋଟିଏ ବି ସଫଳତା ଲାଗି ପାରିନାହିଁ । ଫଳରେ ରାଜସ୍ଥାନ ବିପକ୍ଷରେ ତାଙ୍କୁ ଦଳରେ ସ୍ଥାନ ଦେଇ ନାହାନ୍ତି ଶ୍ରେୟସ ।

Get real time updates directly on you device, subscribe now.