fbpx

ଟିମ ଇଣ୍ଡିଆକୁ ଫେରିବେ ପାଣ୍ଡ୍ୟା: NCA ଶିବିରରେ ଯୋଗ ଦେବାକୁ ମିଳିଲା ଆଦେଶ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଟିମ ଇଣ୍ହିଆକୁ କମବ୍ୟାକ କରି ପାରନ୍ତି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଜାତୀୟ କ୍ରିକେଟ ଏକାଡେମୀରେ ହେବାକୁ ତିବା ଶିବିରରେ ଯୋଗ ଦେବାକୁ ପାଣ୍ଡ୍ୟାକୁ ଆଦେଶ ଦିଆଯାଇଛି । ତେବେ ଆସନ୍ତା ୨ ଦିନ ମଧ୍ୟରେ ସେ NCAରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

T20 World Cup 2021: Hardik Pandya's Injury Is "Not Serious", Expected To Recuperate Before Next Match

ଚଳିତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ତେବେ କେବଳ ସୀମିତ ଓଭରରେ ଖେଳିବାର ସମ୍ଭାବନା ଥିବା ଖେଳାଳିମାନଙ୍କୁ ଏହି ଶିବିରରେ ଯୋଗ ଦେବାକୁ କୁହାଯାଇଛି । ତେବେ ଓଚଖ-୨୦୨୨ ପୂର୍ବରୁ ଖେଳାଳିମାନଙ୍କୁ ନେଇ NCAର ଶିବିର ଆୟୋଜନ କରାଯିବ । ତେବେ ଏହି ତାଲିକାରେ ହାର୍ଦ୍ଦିକଙ୍କ ନାମ ମଧ୍ୟ ସାମିଲ ରହିଛି । ଗତବର୍ଷ ନଭେମ୍ବରରେ ଶେଷ ଥର ପାଇଁ ନିଜ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ହାର୍ଦ୍ଦିକ । ତେବେ ଏହି ଶିବିର ପରେ ଖୁବ ଶୀଘ୍ର ହାର୍ଦ୍ଦିକଙ୍କୁ ବ୍ଲୁ ଫାୟାରରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆ ପାଇଁ ପାଣ୍ଡ୍ୟା ମୋଟ ୧୧ ଟେଷ୍ଟ, ୬୩ ଦିନିକିଆ, ୫୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୫୩୨ ରନ କରିଥିବା ହାର୍ଦ୍ଦିକ ଦିନିକିଆରେ ୧୨୮୬ ଏବଂ ଟି-୨୦ ୫୫୩ ରନ ସଂଗ୍ରହ କରିଛନ୍ତି ।

T20 World Cup 2021: Hardik Pandya's shoulder injury not serious, management to wait before taking final call

Get real time updates directly on you device, subscribe now.