fbpx

ପ୍ରେମିକଙ୍କୁ କେମିତି ରଖିବେ ଖୁସି: ଏହି ଉପାୟ ଆପଣାନ୍ତୁ ସମ୍ପର୍କରେ ବଢିବ ସମ୍ମାନ ଆଉ ମିଳିବ ପ୍ରଚୁର ଭଲପାଇବା

ଏକ ସୁନ୍ଦର ପ୍ରେମ ସମ୍ପର୍କରେ ଉଭୟ ପରସ୍ପରର କେୟାର ନେବା ଆବଶ୍ୟକ । ଦୁହେଁ ଦୁହିଁଙ୍କ ଭାବନାକୁ ବୁଝିବା ଜରୁରୀ । କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ ନିଜ ପ୍ରେମିକଙ୍କ ଭାବନାକୁ ବୁଝି ପାରନ୍ତି ନାହିଁ ଏବଂ ପରସ୍ପର ମଧ୍ୟରେ ମନମାଳିନ୍ୟ ଆରମ୍ଭ ହୋଇଥାଏ । ସମ୍ପର୍କ ମଜବୁତ କରିବା ପାଇଁ ଦୁହେଁ ଦୁହିଁଙ୍କୁ ବୁଝିବା ନିହାତି ଆବଶ୍ୟକ । କେବଳ ମହିଳା ନୁହେଁ, ପୁରୁଷମାନେ ମଧ୍ୟ ଇମୋସନରେ ବାନ୍ଧି ହୋଇଥାନ୍ତି, କିନ୍ତୁ ବାହାରକୁ କମ ଦେଖାଇଥାନ୍ତି । ତେବେ ଏହି ପରିସ୍ଥିତିରେ ନିଜ ପ୍ରେମିକଙ୍କୁ କେମିତି ଖୁସିରେ ରଖିପାରିବେ ଆପଣ ? ଆସନ୍ତୁ ଜାଣିବା ଏହାର କିଛି ଛୋଟ ଏବଂ ସରଳ ଉପାୟ ଯାହାଦ୍ୱାରା ପାର୍ଟନରଙ୍କୁ ଖୁସି ରଖିବା ସହିତ ସମ୍ପର୍କରେ ପ୍ରେମ ଏବଂ ଭଲପାଇବା ଭରିଯିବ ।

ସାଥୀଙ୍କ ଇମୋସନର ଧ୍ୟାନ ରଖନ୍ତୁ:
ଯଦି ଆପଣ ଆପଣଙ୍କ ପ୍ରେମିକଙ୍କୁ ଖୁସି ରଖିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ଅକୁହା କଥାକୁ ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ । ସେ କ’ଣ ଚାହୁଁଛନ୍ତି, ତାଙ୍କ ମନରେ କେଉଁ ପ୍ରକାର ଭାବନା ଚାଲିଛି, କ’ଣ କଲେ ସେ ଖୁସି ହୋଇପାରିବେ ଏବଂ ତାଙ୍କ ମନ ପସନ୍ଦର ଖାଦ୍ୟ ସହିତ ପସନ୍ଦର ଜାଗା ବୁଲିବା ଇତ୍ୟାଦି ଇତ୍ୟାଦିର ଧ୍ୟାନ ରଖନ୍ତୁ । ଏ ସମସ୍ତ ପ୍ରଶ୍ନରଉତ୍ତର ଆପଣଙ୍କୁ ଜାଣିବାକୁ ପଡିବ । ତାଙ୍କ ବଡି ଲଙ୍ଗୁଏଜ ଉପରେ ଆପଣ ଧ୍ୟାନ ଦିଅନ୍ତୁ ଯାହାଦ୍ୱାରା ଆପଣ ଆପଣଙ୍କ ପାର୍ଟନରଙ୍କୁ ଖୁବ ସହଜରେ ବୁଝିପାରିବେ ।

ପାର୍ଟନରଙ୍କ ପ୍ରଶଂସା:
ପ୍ରେମିକଙ୍କ ପ୍ରଶଂସା କରିବା ନିହାତି ଜରୁରୀ । ତାଙ୍କର କିଛି ନା କିଛି କାମକୁ ଆପଣ ପ୍ରଶଂସା କରନ୍ତୁ । ଏହା ସହିତ ତାଙ୍କର କୌଣସି ସଫଳତା ଉପରେ ମଧ୍ୟ ଆପଣ ଖୁବ ପ୍ରଶଂସା ଏବଂ ଶୁଭେଚ୍ଚା ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ । ଏପରିକି କୌଣସି ନୂଆ ବସ୍ତ୍ର ପିନ୍ଧିଥିଲେ ମଧ୍ୟ ପାର୍ଟନରଙ୍କ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ ।

ପ୍ରେମିକଙ୍କ କଥା ମଧ୍ୟ ଶୁଣନ୍ତୁ :
ପ୍ରାୟତଃ ପୁରୁଷମାନେ କମ କଥା ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ଲୋକ କଥା ହେବା ପାଇଁ ଖୁବ ପସନ୍ଦ କରିଥାନ୍ତି । ଆଗରେ କାହାକୁ କଥା ହେବାକୁ ଦିଅନ୍ତି ନାହିଁ । କିନ୍ତୁ ଯଦି ଆପଣ ଏମିତି କରୁଥାନ୍ତି, ତେବେ ଆପଣ ଭୁଲ କରୁଛନ୍ତି । ଏହାଦ୍ୱାରା ଆପଣଙ୍କ ସାଥୀ ଦୁଃଖିତ ହୋଇଥାନ୍ତି । ତାଙ୍କ କଥା ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଏହା ମଧ୍ୟ ତାଙ୍କୁ ଖୁସି ଦେଇଥାଏ ।

ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତୁ:
ଆପଣଙ୍କୁ ଆପଣଙ୍କୁ ସାଥୀଙ୍କର ଛୋଟରୁ ଛୋଟ କଥା ଉପରେ ଧ୍ୟାନ ଦେବାକୁ ପଡିବ । ପେରିକି ତାଙ୍କ ଜନ୍ମଦିନ, କେଉଁ କଥାକୁୂ ନେଇ ସେ ସବୁବେଳେ ଟେନସନରେ ରହୁଛନ୍ତି । ଏମିତି ସମୟରେ ତାଙ୍କ ସହ ବିଭିନ୍ନ ସମୟରେ ବାହାରକୁ ବୁଲିବାକୁ ଯାଆନ୍ତୁ ଏବଂ ତାଙ୍କ ସହ ସମୟ ବିତାନ୍ତୁ । ଏହାଦ୍ୱାରା ତାଙ୍କୁ ରିଲାକ୍ସ ଲାଗିଥାଏ ଏବଂ ଚିନ୍ତାରୁ ସାମାନ୍ୟ ମୁକ୍ତି ପାଇଥାନ୍ତି ଆପଣଙ୍କ ସାଥୀ । ତାଙ୍କ ମନ ପସନ୍ଦର କୌଣସି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନଚେତ ତାଙ୍କ ସହ ପ୍ରେମଭରା କଥା ହୁଅନ୍ତୁ, ଯାହାଦ୍ୱାରା ସେ ନିଜ କଷ୍ଟକୁ ଭୁଲି ପାରିବେ । ଭୁଲରେ ବି ଏହି ସମୟରେ ତାଙ୍କ ସହ ଯୁକ୍ତି କରନ୍ତୁ ନାହିଁ କିମ୍ବା ତାଙ୍କ ନାପସନ୍ଦର କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

 

Get real time updates directly on you device, subscribe now.