fbpx

ମମତାଙ୍କ ବିମାନ ଭାରସାମ୍ୟ ହରାଇବା ଘଟଣା: ମୁଖ୍ୟମନ୍ତ୍ରୀ ବଖାଣିଲେ ଅନୁଭବ

ମଝି ଆକାଶରେ ଭାରସାମ୍ୟ ହରାଇବା ଘଟଣାର ଦୁଇଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଖରାପ ପାଣିପାଗ କାରଣୁ ବିମାନ ଭାରସାମ୍ୟ ହରାଇ ନଥିଲା ବରଂ ବିମାନ ସାମ୍ନାରେ ଅନ୍ୟ ଏକ ବିମାନ ଚାଲି ଆସିବା କାରଣରୁ ଏଭଳି ଘଟିଥିଲା ।

ପଶ୍ଚିମବଙ୍ଗ ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ମମତା ବାନାର୍ଜୀ ବିଧାନସଭା ପହଞ୍ଚିଥିଲେ ଏବଂ ବାରଣାସୀରେ ଘଟିଥିବା ଘଟଣା ସମ୍ପର୍କରେ ଗଣମାଧ୍ୟରେ କହିଛନ୍ତି । ସେ କହିଛନ୍ତି ଆମେ ଫେରୁଥିବା ବିମାନ ସାମ୍ନାରେ ଅନ୍ୟ ଏକ ବିମାନ ଆସିଥିଲା । ଆଉ ଏହି ସମୟରେ ପାଇଲଟ ନିଜ ଦକ୍ଷତାର ପରିଚୟ ଦେଇ ବିମାନକୁ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇଥିଲେ ଫଳରେ ବିମାନ ଭାରସାମ୍ୟ ହରାଇଥିଲା । ମମତା କହିଛନ୍ତି ପାଇଲଟ ନିଜର ଦକ୍ଷତାର ପରିଚୟ ଦେଇ ସଙ୍ଗେ ସଙ୍ଗେ ବିମାନକୁ ୮୦୦୦ ଫୁଟ୍ ତଳକୁ ନେଇ ଆସିଥିଲେ । ଏହି କାରଣରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ କହିଛନ୍ତି ହଠାତ୍ ତଳକୁ ଆସିବା ଯୋଗୁଁ ତାଙ୍କର ଅଣ୍ଟାରେ ଏବେବି ଯନ୍ତ୍ରଣା ରହିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାର ସାରି ଫେରୁଥିବା ସମୟରେ ଚାଟାର୍ଡ ବିମାନର ଏକ ଏୟାର ପକେଟ ବାଡ଼େଇ ହୋଇଯାଇଥିଲା, ଫଳରେ ବିମାନ ଭାରସାମ୍ୟ ହରାଇବାକୁ ଲାଗିଥିଲା । ଅବଶ୍ୟ ପାଇଳଟ ବିମାନ ଉପରେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଏବଂ ବିମାନକୁ ନେତାଜୀ ସୁବାଷ ଚନ୍ଦ୍ର ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଟାରେ ଯନ୍ତ୍ରଣା ହୋଇଥିଲା । ପଶ୍ଚିମବଙ୍ଗ ସରକାର ଶନିବାର ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ରିପୋର୍ଟ ମାଗିଥଲେ ।

Get real time updates directly on you device, subscribe now.