fbpx

ଲୁଚି ଲୁଚି ବାହା ହୋଇଗଲେ ବଲିଉଡର ଟାଇଗର: ଭିଡିଓ ପୋଷ୍ଟ କରି ନିଜେ ସୂଚନା କଲେ ସଲମାନ ଖାନ

ନୂଆଦିଲ୍ଲୀ: ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ନେଇ ଆସିଲା ବଡ ଖବର । ଲୁଚି ଲୁଚି ସେ ବାହା ହୋଇଯାଇଥିବା ଖବର ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅନେକ ଲୋକ ଏହାକୁ ଗୁଜବ କହୁଥିବା ବେଳେ ଏ ନେଇ ନିଜେ ସ୍ପଷ୍ଟ କରିଛନ୍ତି ଭାଇଜାନ । ଏକ ଭିଡିଓ ଶେୟର କରି ସେ ତାଙ୍କ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଏହାପରେ ଫ୍ୟାନ୍ସମାନେ ଯେତିକି ଖୁସି ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

 

View this post on Instagram

 

A post shared by Salman Khan (@beingsalmankhan)

ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସାଲମାନ ନିଜ ବିବାହ ବିଷୟରେ ସୂଚନା ଦେଇଛନ୍ତି । ହମ ଆପକେ ହେ କୌନ ସିନେମାର ପ୍ରେମ୍ ସାଲମାନଙ୍କୁ ପଚାରୁଛନ୍ତି ଯେ, ଆଉ ବିବାହ?, ଏହାର ଉତ୍ତରରେ ସାଲମାନ କହିଛନ୍ତି ଯେ ହୋଇଯାଇଛି । ଏହା ଶୁଣି ପ୍ରେମ୍ ଅଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ହୋଇଛି କି ନାହିଁ, ଜାଣିବା ପାଇଁ ଆଗକୁ ଦେଖନ୍ତୁ ବୋଲି ଏହି ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି ଭାଇଜାନ । ତେବେ ପ୍ରକୃତରେ ଏହି ଭିଡିଓ ଏକ ଟିଭି ବିଜ୍ଞାପନର ଅଟେ । ଯେଉଁତିରେ ସାଲମାନଙ୍କୁ ଦୁଇଟି ରୋଲ କରିବାକୁ ପଡିଛି । କିଛି ଦିନ ତଳେ ସାଲମାନ ଏବଂ ସୋନାକ୍ଷୀଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋରେ ସୋନାକ୍ଷୀଙ୍କୁ ସାଲମାନ ମୁଦି ପିନ୍ଧାଉଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.