fbpx

ଫେରିପାରନ୍ତି ଚହର: ଆଘାତ ସମସ୍ୟାରୁ ବାହାରିବା ପାଇଁ ଜିମରେ କଡା କସରତ କରୁଛନ୍ତି ଚେନ୍ନାଇର ଷ୍ଟାର ବୋଲର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟକୁ ନେଇ ଆରମ୍ଭ ହୋଇ ସାରିଛି ଚର୍ଚ୍ଚା । ଏହାରି ଭିତରେ ଲିଗର ସବୁଠୁ ସଫଳତମ ଦଳ ଚେନ୍ନାଇକୁ ମିଳିଛି ଗୋଟିଏ ଖୁସି ଖବର । ଅକ୍ସନରେ ଫ୍ରାଞ୍ଚାଇଜି ପାଇଁ ସବୁଠୁ ଅଧିକ ଦାମରେ କିଣା ଯାଇଥିବା ଦୀପକ ଚହର ପୁଣିଥରେ ଦଳକୁ ଫେରିବା ପାଇଁ ଚଳାଇଛନ୍ତି ଜୋରଦାର ଚେଷ୍ଟା । ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ରେ ଆଘାତ ଯୋଗୁଁ ବାଦ ଦଳରୁ ବାଦ ପଡିଥିଲେ ଦୀପକ ଚହର । କିନ୍ତୁ ଏବେ IPLରେ କମବ୍ୟାକ କରିବା ପାଇଁ ସେ ଜିମରେ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Deepak Chahar (@deepak_chahar9)

ସୂଚନା ଅନୁଯାୟୀ, ଦୀପକ ଚହର ଜିମରେ ବ୍ୟାୟାମ କରୁଥିବା ବେଳର ଏକ ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗମ୍ଭୀର ଆଘାତ ଯୋଗୁଁ ସେ ଏବେ ଘଉଇର ନଜରରେ ରହିଛନ୍ତି । ତେବେ ତାଙ୍କର ଏହି ଭିଡିଓ ଅପଲୋଡ ହେବା ପରେ ଚେନ୍ନାଇ ଫ୍ୟାନ୍ସ ଏବଂ ଧୋନୀଙ୍କୁ ଆଶ୍ୱସ୍ତି ମିଳିଛି । IPLରେ ଖେଳିବା ପାଇଁ ଧୂମ ଝାଳ ବୁହାଉଛନ୍ତି ଦୀପକ । ଦଳ ପ୍ରତି ତାଙ୍କ କର୍ତ୍ତବ୍ୟକୁ ସେ ପାଳନ କରିବା ପାଇଁ କରୁଛନ୍ତି ଭରପୂର ଚେଷ୍ଟା । ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ସେ ଖୁବ ପରିଶ୍ରମ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏହି ଭିଡିଓ ଅପଲୋଡ କରିଛନ୍ତି ।

Get real time updates directly on you device, subscribe now.