fbpx

ପାଇରିଆ ଯୋଗୁଁ ହୋଇଥାଏ ଦାନ୍ତ ଏବଂ ମାଢ଼ି ଦୁର୍ବଳ: ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାଇରିଆ, ଏହା ଦାନ୍ତରେ ହେଉଥିବା ଏକ ରୋଗ, ଏହାର ମୁଖ୍ୟ କାରଣ ହେଉଛି ପାଟି ଭିତରେ ଥିବା ବ୍ୟାକ୍ଟେରିଆ, କୌଣସି ଖାଦ୍ୟ ଖାଇବା ଏବଂ ଠିକ୍ ଭାବରେ ପାଟି ନଧୋଇବା କରିବା କାରଣରୁ ଦାନ୍ତ ଏବଂ ମାଢ଼ିରେ ଖାଦ୍ୟ ଜମା ହୋଇଥାଏ ଏବଂ ଏଠାରେ ପାଇରିଆ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ରହିଥାନ୍ତି । ଏହା ପରେ ଧୀରେ ଧୀରେ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ସଂକ୍ରମଣ ସବୁ ଦାନ୍ତରେ ବ୍ୟାପିଯାଏ । ଫଳରେ ଦାନ୍ତ ଦୁର୍ବଳ ହୋଇଯାଏ । ଏହା ଏକ ସାଧାରଣ ରୋଗ ପାଲଟିଗଲାଣି । ପ୍ରତି ୧୦ ରେ ଜଣେ ବ୍ୟକ୍ତିଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । କାହାଠାରେ ଏହା ଦ୍ରୁତ ଭାବେରେ ବ୍ୟାପିଥାଏ ତ’ କାହା ନିକଟରେ ଧୀରେ ଧୀରେ ବ୍ୟାପିଥାଏ । ତେଣୁ ପାଇରିଆର ସମୟରେ ଚିକିତ୍ସା କରାଇବା ଦରକାର । ତେବେ ଆସନ୍ତୁ ଜାଣିବା ପାଇରିଆର ଲକ୍ଷଣ ଏବଂ ଏହାର ଉପାୟ ବିଷୟରେ ।

ପାଇରିଆର ଲକ୍ଷଣ:

ଦାନ୍ତ ଘଷିବା ସମୟରେ ମାଢ଼ିରେ ରକ୍ତ ଆସିବା

ପାଟିରୁ ସବୁବେଳେ ଦୁର୍ଗନ୍ଧ ବାହାରିବା

ମାଢ଼ି ବିନ୍ଧା ହେବା

ଖାଦ୍ୟ ଚୋବାଇବା ସମୟରେ ଦାନ୍ତରେ କଷ୍ଟ ହେବା

ପାଟିର ସ୍ୱାଦ ବିଗିଡ଼ିବା ଭଳି ଲକ୍ଷଣ ଦେଖାଯାଇଥାଏ ।

 

ପାଇରିଆ ଠାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ:

ହାଲୁକା ଗରମ ପାଣିରେ ଲୁଣ ପକାଇ କୁଳି କରନ୍ତୁ

ଯଦି ପାଇରିଆ ହୋଇଛି ତେବେ ଆପଣ ଫିଟିକିରି ପାଣିରେ କୁଳି କରନ୍ତୁ

ମାଉଥୱାସର ମଧ୍ୟ ବ୍ୟବହାର କରିପାରିବେ

ଧୂମ୍ରପାନ କରିବାରୁ ଦୂରେଇ ରୁହନ୍ତୁ

ଶୋଇବା ପୂର୍ବରୁ ଦାନ୍ତ ଘଷିବାକୁ ଭୁଲନ୍ତୁ ନାହିଁ, ଏବଂ ପ୍ରତିଦିନ ଦୁଇ ଥର ଦାନ୍ତ ଘଷନ୍ତୁ

ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.