fbpx

ପେନ୍ ଇନ୍ ବୁକ୍ସ ୫ମ Young author award: ସମ୍ମାନିତ ହେଲେ ଯୁବ ଲେଖିକା ଶ୍ରୀମା ଶତପଥୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯୁବ ଲେଖକ ଓ ଲେଖିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ୟଙ୍ଗ ଅଥର ଆୱାର୍ଡ’ । ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ ଜଣ ଯୁବ ଲେଖକ ଓ ଲେଖିକାଙ୍କୁ ସମ୍ମାନିତ କରାଯାଇଛି । ଏହା ସହିତ ୭ଟି ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା । ୪ଟି ଓଡ଼ିଆ ଭାଷାର ବହି ସମେତ ଦୁଇଟି ଇଂରାଜୀ ପୁସ୍ତକ ଏବଂ ବଙ୍ଗଳା ଭାଷାରେ ଗୋଟିଏ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ସାମ୍ବାଦିକା ତଥା ଯୁବ ଲେଖିକା ଶ୍ରୀମା ଶତପଥୀଙ୍କୁ କବିତା ସଙ୍କଳନ ‘ପ୍ରେମ ଆଉ କଣ କି’ ପାଇଁ ୟଙ୍ଗ ଅଥର ଆୱାର୍ଡ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ରଥ, ଶବନମ ଆଦେନୀ, ତାପସ ରଞ୍ଜନ ରାଉତ, ସମୀର କୁମାର କଳସ, ରଜତ କୁମାର ମିଶ୍ର, ବିମଳ କୁମାର ରାଉଳ, ପ୍ରିୟଦର୍ଶୀ ପ୍ରହରାଜ, ଦୀପିକା ଦାଶ ଓ ପ୍ରଶାନ୍ତ କୁମାର ଦାଶଙ୍କୁ ଯୁବ ଲେଖକ ଓ ଲେଖିକା ଭାବରେ ସମ୍ମାନିତ କରାଯାଇଥିଲା । ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରସିଦ୍ଧ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସଭାମୁଖ୍ୟ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶୁଭ୍ରାଂସୁ ପଣ୍ଡା ।

Get real time updates directly on you device, subscribe now.