fbpx
BSKY
BJD MC SKY
BJD YOUTH SKY

BIG NEWS; ବିଶ୍ୱକପରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା; ସୂଚନା ସ୍ପଷ୍ଟ କଲା ଆଇସିସି

ଓଡିଶା ଭାସ୍କର; ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି । କିନ୍ତୁ ତାଙ୍କୁ ବିଶ୍ୱକପରୁ ବହିଷ୍କାର କରାଯାଇଥିବା ସୂଚନା ଏବେ ସ୍ପଷ୍ଟ ହୋଇଛି । ବିଶ୍ୱକପରୁ ହାର୍ଦ୍ଦିକଙ୍କ ବହିଷ୍କାରକୁ ନେଇ ବର୍ତ୍ତମାନ ଆଇସିସି ନିଶ୍ଚିତ କରିଛି। ହାର୍ଦ୍ଦିକଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରଦିଶ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଚଳିତ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ଗୋଡ ଗୋଇଠିରେ ଆଘାତ ଲାଗିଥିଲା । ବହୁତ କଷ୍ଟରେ ସେ ଏହି ମ୍ୟାଚରେ ମାତ୍ର ୩ଟି ବଲ ବୋଲିଂ କରିପାରିଥିଲେ। ଏହା ପରେ ଟିମ ଇଣ୍ଡିଆ ଗତ ତିନିଟି ମ୍ୟାଚରେ ତାଙ୍କ ବିନା ଖେଳିଥିଲା। ଚିକିତ୍ସା ପାଇଁ ତାଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀକୁ ପଠାଇ ଦିଆଯାଇଥିଲା । ତେବେ ସେ ଚଳିତ ବିଶ୍ୱକପରେ ଆଉ ଖେଳିପାରିବେ କି ନାହିଁ ସେନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ଅନ୍ୟପଟେ ହାର୍ଦ୍ଦିକ ଧୀରେଧୀରେ ସୁସ୍ଥ ହେଉଥିବାର ମଧ୍ୟ ସୂଚନା ମିଳିଥିଲା । କିନ୍ତୁ ଶେଷରେ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏନେଇ ତାଙ୍କ ବହିଷ୍କାରକୁ ନିଶ୍ଚିତ କରିଛି ଆଇସିସି । ହାର୍ଦ୍ଦିକଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରଦିଶ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.