fbpx

ପାକିସ୍ତାନର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ: ବିସ୍ଫୋରଣ ପରେ ଲାଗିଲା ନିଆଁ, ଦେଖନ୍ତୁ Video

Advertisement

ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ପଡୋଶୀ ଦେଶ ପାକିସ୍ତାନର ମିଆନୱାଲିର ଏୟାରବେସରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ଏୟାରବେସ ଭିତରକୁ ପ୍ରବେଶ କରି ଜବରଦସ୍ତ ଗୁଳି ବର୍ଷା କରିଥିଲେ, ଯାହା ପରେ ସାରା ସହରରେ ଭୟ ଓ ଆତଙ୍କ ବ୍ୟାପି ଯାଇଥିଲା । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ଜିହାଦ ପାକିସ୍ତାନ (ଟିଜେପି) ନିଜକୁ ଦାୟୀ କରିଛି । ଟିଜେପି ମୁଖପାତ୍ର ମୁଲ୍ଲା ମହମ୍ମଦ କାସୀମ ଦାବି କରିଛିି ଯେ, ଆତଙ୍କବାଦୀମାନେ ଏୟାରବେସରେ ୧୧ରୁ ୧୨ ବିମାନରେ ନିଆଁ ଲଗାଇ ପାଇଲଟଙ୍କ ସମେତ ଅନେକ ଲୋକଙ୍କୁ ହତ୍ୟା କରିଥିଲେ ।

ଆତଙ୍କବାଦୀମାନେ ଅନେକ ବିମାନ ନଷ୍ଟ କରିଛନ୍ତି । କୁହାଯାଉଛି ଯେ, ପାଲଟା ଗୁଳି ଚାଳନାରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏୟାରବେସ୍ ଭିତରେ ଆତଙ୍କବାଦୀଙ୍କ ଦ୍ୱାରା ଲଗାତାର ବିସ୍ଫୋରଣ ଏବଂ ଗୁଳି ବିନିମୟ ହେଉଛି । ଆତ୍ମଘାତୀ ବିସ୍ଫୋରଣକାରୀମାନେ ଏୟାରବେସର କାନ୍ଥରେ ଥିବା ବାଡକୁ କାଟି ଭିତରକୁ ପ୍ରବେଶ କରିଥିଲେ ଓ ଏୟାରବେସରେ ଥିବା ଯୁଦ୍ଧ ବିମାନକୁ ଟାର୍ଗେଟ କରିଥିଲେ ।

ଆକ୍ରମଣ ପରେ ସ୍କୁଲ ଓ କଲେଜ ବନ୍ଦ, ହେଲିକପ୍ଟର ମାଧ୍ୟମରେ ସର୍ଚ୍ଚ ଅପରେସନ ଜାରି

ପାକିସ୍ତାନ ସରକାରଙ୍କ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଆତଙ୍କବାଦୀ ଆକ୍ରମଣରେ ୩ଟି ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପାକିସ୍ତାନର ଅନେକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଏୟାରବେସ୍ ଅଞ୍ଚଳରେ ଅବସ୍ଥିତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ହେଲିକପ୍ଟର ମାଧ୍ୟମରେ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଉଛି । ବିଳମ୍ବିତ ରାତିରେ ଏୟାରବେସରେ ଆକ୍ରମଣ କରାଯାଇଥିଲା । ସତର୍କତା ଦୃଷ୍ଟିରୁ ପାକିସ୍ତାନର ସମସ୍ତ ଏୟାରବେସରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.