fbpx

(Video)ନେପାଳ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି, ଝଟକା ଲାଗିବା ମାତ୍ରେ ଘରୁ ଦୌଡ଼ିଥିଲେ ଲୋକେ

Advertisement

ନୂଆଦିଲ୍ଲୀ: ଭୂକମ୍ପରେ ନେପାଳ ପୁଣି ଥରେ କମ୍ପିତ ହୋଇଛି । ୬.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ନେପାଳରେ ବ୍ୟାପକ ଧ୍ୱଂସ କରିଛି । ଏକ ଡଜନରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପଶ୍ଚିମ ନେପାଳକୁ ଆସିଥିବା ଏହି ଶକ୍ତିଶାଳୀ ଝଟାରେ ନାଲଗଡ ମ୍ୟୁନିସିପାଲିଟିର ଡେପୁଟି ମେୟରଙ୍କ ସମେତ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି । ଜାଜରକୋଟ ଏବଂ ୱେଷ୍ଟର୍ଣ୍ଣ ରୁକୁମରେ ସର୍ବାଧିକ କ୍ଷତି ହୋଇଛି । ବିଳମ୍ବିତ ରାତିରେ ଘଟିଥିବା ପ୍ରବଳ କମ୍ପନ ଉତ୍ତରପ୍ରଦେଶ, ଦିଲ୍ଲୀ, ପାଟନା, ଝାଡଖଣ୍ଡ ଏବଂ ବିହାରରେ ମଧ୍ୟ ଅନୁଭୂତ ହୋଇଥିଲା ।

ଲୋକମାନେ ଭୂକମ୍ପର କମ୍ପନ ଅନୁଭବ କରିବା ମାତ୍ରେ ସେମାନେ ନିଜ ଘରୁ ବାହାରି ରାସ୍ତାକୁ ଆସିଥିଲେ । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଜାଜରକୋଟ ଜିଲ୍ଲା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ ରୋକା କହିଛନ୍ତି ଯେ ଜାଜରକୋଟରେ ଅଧିକ କ୍ଷତି ହୋଇଛି । ମୃତକଙ୍କ ମଧ୍ୟରେ ନାଲଗଡ ପୌରପାଳିକାର ଡେପୁଟି ମେୟର ସରିତା ସିଂ ମଧ୍ୟ ଅଛନ୍ତି ବୋଲି ରୋକା କହିଛନ୍ତି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାତି ପ୍ରାୟ ୧୧ଟା ୩୨ ମିନିଟରେ ଆସିଥିବା ଭୂମିକମ୍ପ ଯୋଗୁଁ ଲୋକମାନେ ଘର ବାହାରକୁ ପଳାଇଆସିଥିଲେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଅଯୋଧ୍ୟାଠାରୁ ପ୍ରାୟ ୨୨୭ କିଲୋମିଟର ଏବଂ କାଠମାଣ୍ଡୁର ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ୧୦ କିଲୋମିଟର ଗଭୀରରେ ଥିଲା । ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି ।

ଗୁରୁଗ୍ରାମର ବାସିନ୍ଦା ଇନ୍ଦରଜିତ୍ ସିଂ କହିଛନ୍ତି ଯେ, ଆମେ ଟେଲିଭିଜନ ଦେଖିବା ସମୟରେ ଦୀର୍ଘ ସମୟ ଧରି କମ୍ପନ ଅନୁଭବ କରିଥିଲୁ । ଗାଜିଆବାଦର ବାସିନ୍ଦା ଗୋପାଳ କହିଛନ୍ତି ଯେ, ୧୫ ସେକେଣ୍ଡରୁ ଅଧିକ ସମୟ ଧରି ଏହି କମ୍ପନ ଅନୁଭୂତ ହୋଇଥିଲା । ସେ କହିଥିଲେ, “ମୁଁ ମଧ୍ୟ ଝରକା ଗ୍ଲାସର ଖଡଖଡ ଶୁଣିଥିଲି ।

ଭୁକମ୍ପ ଝଟକା ଦିଲ୍ଲୀ ନିକଟରେ ଥିବା ନୋଏଡା ଏବଂ ଗ୍ରେଟର ନୋଏଡାର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଥିଲା, ଯେଉଁ କାରଣରୁ ଉଚ୍ଚ ଅଟ୍ଟାଳିକାରେ ରହୁଥିବା ଅନେକ ଲୋକ ବାହାରକୁ ଆସିଥିଲେ । ନୋଏଡା ସେକ୍ଟର ୭୬ ର ଏକ ଗ୍ରୁପ୍ ହାଉସିଂର ବାସିନ୍ଦା ପ୍ରତ୍ୟୁଶ ସିଂ କହିଛନ୍ତି, “ପ୍ରକୃତରେ ତୀବ୍ର ଝଟକା ଅନୁଭୂତ ହୋଇଥିଲା । ଏହା ଅତ୍ୟନ୍ତ ଭୟାନକ ଅନୁଭବ ଥିଲା । ”

Get real time updates directly on you device, subscribe now.