fbpx

ନତାଶାଙ୍କଠାରୁ ଅଲଗା ହେବା ପରେ କାହା ସହ ବୁଲୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଛୁଟିରେ ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପତ୍ନୀ ନତାଶା ଷ୍ଟାନକୋଭିକ୍ ଙ୍କ ଠାରୁ ଅଲଗା ହେବା ପରେ ପାଣ୍ଡ୍ୟା କାନ୍ଦି ପକାଇଥିଲେ। ବର୍ତ୍ତମାନ ସେ ନିଜ ପାଇଁ ସମୟ ଦେବାସହ ବିଦେଶ ବୁଲୁଛନ୍ତି ପାଣ୍ଡ୍ୟା । କିନ୍ତୁ ପାଣ୍ଡ୍ୟା କାହା ସହ ବୁଲୁଛନ୍ତି ତାହା ଜଣା ନାହିଁ । ପାଣ୍ଡ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋ ସେୟାର କରିଛନ୍ତି ।

ଏଥିରେ ସେ ଏକ ଟ୍ରେନରେ ବସିଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ପାଣ୍ଡ୍ୟା ବୁଲିବାକୁ ବାହାରକୁ ଯାଇଛନ୍ତି। କିନ୍ତୁ ସେ କାହା ସହ ବୁଲୁଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ପାଣ୍ଡ୍ୟାଙ୍କ ଏହି ଫଟୋକୁ ଅନ୍ୟ କେହି କ୍ଲିକ୍ କରିଛନ୍ତି। ନିକଟରେ ପାଣ୍ଡ୍ୟାଙ୍କ ନାମ ବ୍ରିଟିଶ ଗାୟକ ଜାସ୍ମିନ୍ ୱାଲିଆଙ୍କ ସହ ଯୋଡ଼ା ଯାଉଥିଲା। ପାଣ୍ଡ୍ୟା ଆଜିକାଲି ଜସ୍ମିନଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲା।

ହାର୍ଦ୍ଦିକ ଓ ନତାଶା କାହିଁକି ଅଲଗା ହୋଇଥିଲେ ସେ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା । ଟାଇମ୍ସ ନାଓର ଏକ ଖବର ଅନୁଯାୟୀ, ପାଣ୍ଡ୍ୟାଙ୍କୁ ଏହି ଚମତ୍କାର ଜୀବନ ବହୁତ ପସନ୍ଦ ଆସିଥିଲା । ନତାଶା ବହୁତ ଶାନ୍ତ ଏବଂ ସରଳ ହେବାକୁ ପସନ୍ଦ କରନ୍ତି । ନତାଶା ପାଣ୍ଡ୍ୟାଙ୍କ ସହ ରହିବାପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ସେ ଏହି ପରିବେଶ ସହ ଖାପ ଖୁଆଇ ପାରିନଥିଲେ।

Get real time updates directly on you device, subscribe now.