fbpx

IPL-2024; ହାର୍ଦ୍ଦିକ ପାଣ୍ଡ୍ୟା ହେବେ MIର ଅଧିନାୟକ? ରୋହିତ ମଧ୍ୟ ବଦଳାଇବେ ଟିମ୍! କ’ଣ ଏହି Transfer Window

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ଏବେ IPL-2024 କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଟିମ ଇଣ୍ଡିଆ ବିଶ୍ୱକପରେ ହାରିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ତେବେ ବର୍ତ୍ତମାନ କ୍ରିକେଟପ୍ରେମୀଙ୍କ ନଜର ଆଗାମୀ ଆଇପିଏଲ ସିଜନ ଉପରେ । ଡିସେମ୍ବର ୧୦ ତାରିଖରେ ଏହି ସିଜନ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ଏବେ କୁହାଯାଉଛି ଯେ, ମୁମ୍ବାଇ ଇଣ୍ଡିଆନ୍ସ(MI) ଏବଂ ଗୁଜୁରାଟ ଟାଇଟନ୍ସ(GT) ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ହେବ । ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପରସ୍ପର ମଧ୍ୟରେ ସ୍ଥାନ ପରିବର୍ତ୍ତନ କରିପାରନ୍ତି ।

ଆଇପିଏଲ-୨୦୨୩ରେ ଲାଗୁ ହୋଇଥିବା Transfer Window ନିୟମ ଅନୁସାରେ, ମୁମ୍ବାଇ-ଗୁଜୁରାଟ ମଧ୍ୟରେ ଏହି ପରିବର୍ତ୍ତନ ହୋଇପାରେ । ଏହି ନିୟମରେ, ଦୁଇ ଦଳ ସହମତି କ୍ରମେ ନିଜର ମନ ପସନ୍ଦର ଖେଳାଳିମାନଙ୍କୁ Trade କରିପାରିବେ । ତେବେ ମୁମ୍ବାଇ ଏବଂ ଗୁଜୁରାଟ ମଧ୍ୟରେ IPL-2024 ପାଇଁ ସବୁଠୁ ବଡ଼ ଟ୍ରେଡ ହେବାର ସମ୍ଭାବନା ମଧ୍ୟ ଦେଖା ଦେଇଛି । ତେବେ ଟ୍ରେଡ ହେବାକୁ ଥିବା ଖେଳାଳି ହେଉଛନ୍ତି ଉଭୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ନିଜ ପୁରୁଣା ଦଳକୁ ଫେରିବାର ସମ୍ଭାବନା ଦେଖା ଦେଉଥିବା ବେଳେ ରୋହିତଙ୍କ ଗୁଜୁରାଟର ନେତୃତ୍ୱ ମିଳିପାରେ । ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ରୋହିତ-ହାର୍ଦ୍ଦିକଙ୍କ ମଧ୍ୟରେ ଏହି ଟିମ ଅଦଳବଦଳ ହେଲେ ଏହା ଆଇପିଏଲ ସିଜନର ସର୍ବବୃହତ୍ ଟ୍ରେଡ୍ ଷ୍ଟୋରୀ ହୋଇପାରେ । ତେବେ ହାର୍ଦ୍ଦିକଙ୍କ ବଦଳରେ ମୁମ୍ବାଇ ଜୋଫ୍ରା ଆର୍ଚରଙ୍କୁ ମଧ୍ୟ ଟ୍ରେଡ କରିବାର ସମ୍ଭାବନା ରହିଛି । ତେବେ ଏହି ଟ୍ରେଡ ନିୟମରେ ରାଜସ୍ଥାନର ଦେବଦତ୍ତ ପାଡିକଲ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସର ଆଭେଶ ଖାନ୍ ଦଳ ପରିବର୍ତ୍ତନ କରିଛନ୍ତି । ଆଗାମୀ ଆଇପିଏଲରେ ଦେବଦତ୍ତ ଲକ୍ଷ୍ନୌ ଏବଂ ଆଭେଶ ଖାନ୍ ରାଜସ୍ଥାନ ପକ୍ଷରୁ ଖେଳିବେ ।

Transfer Window ନିୟମ କ’ଣ?

– ଜଣେ ଖେଳାଳିଙ୍କୁ ଦୁଇଟି ଉପାୟରେ ଟ୍ରେଡ କରାଯାଇପାରିବ । ପ୍ରଥମେ, ସେହି ଖେଳାଳିଙ୍କ ଫ୍ରାଞ୍ଚାଇଜି ଟ୍ରେଡ କରିବାକୁ କାହାକୁ ଅଫର୍ କରିଥାଏ । କିମ୍ବା ଦ୍ୱିତୀୟତ ତାଙ୍କୁ ଅନ୍ୟ କୌଣସି ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ଦେଖାଇବା ଉଚିତ ।

– ଜଣେ ଖେଳାଳିଙ୍କୁ ଟ୍ରେଡ କରିବା ପାଇଁ, କେବଳ ଟଙ୍କା ବିଷୟରେ ଫ୍ରାଞ୍ଚାଇଜି ମଧ୍ୟରେ ଆଲୋଚନା ହେବା ଉଚିତ୍ ।

– ଯଦି ଆଇପିଏଲ୍ ପରିଚାଳନା ପରିଷଦର ଅନୁମତି ନାହିଁ, ତେବେ ଏହି ଟ୍ରେଡ ହୋଇପାରିବ ନାହିଁ । ଏହାର ଅର୍ଥ ଖେଳାଳିଙ୍କ ଟ୍ରେଡିଂ କରିବାକୁ ଆଇପିଏଲ୍ ପରିଚାଳନା ପରିଷଦ ଅନୁମୋଦନ ମଧ୍ୟ ଆବଶ୍ୟକ ହେବ।

– ଯଦି ଗୋଟିଏରୁ ଅଧିକ ଫ୍ରାଞ୍ଚାଇଜି ଜଣେ ଖେଳାଳିଙ୍କୁ କିଣିବାକୁ ଆଗ୍ରହ ଦେଖାଏ, ତେବେ ଏହାର ନିଷ୍ପତ୍ତି ଖେଳାଳିଙ୍କ ବର୍ତ୍ତମାନର ଫ୍ରାଞ୍ଚାଇଜି ଉପରେ ନ୍ୟସ୍ତ ହୋଇଥାଏ । ସେ ନିଜ ପସନ୍ଦର ଫ୍ରାଞ୍ଚାଇଜି ସହିତ ଟ୍ରେଡ କରିପାରିବେ ।

– ଜଣେ ଖେଳାଳିଙ୍କୁ ଟ୍ରେଡ କରିବା କିମ୍ବା ତାଙ୍କୁ ଅନ୍ୟ ଦଳକୁ ସ୍ଥାନାନ୍ତର କରିବା ପୂର୍ବରୁ ତାଙ୍କ ସମ୍ମତି ନିହାତି ଆବଶ୍ୟକ । ତେବେ ଫ୍ରାଞ୍ଚାଇଜି କୌଣସି ଦଳର ‘ଆଇକନ୍’ ପ୍ଲେୟାରକୁ ଟ୍ରେଡ କରିପାରିବ ନାହିଁ ।

Get real time updates directly on you device, subscribe now.