ହାଇଦ୍ରାବାଦ ବିପକ୍ଷରେ ହାର୍ଦ୍ଦିକଙ୍କ ଶତକ: ଏହି ରେକର୍ଡ କରିବାରେ ଅନ୍ୟ ଭାରତୀୟଙ୍କୁ ପକାଇଲେ ପଛରେ
ନୂଆଦିଲ୍ଲୀ: IPL ଚଳିତ ସିଜନରେ ହାଇଦ୍ରାବାଦ- ଗୁଜୁରାଟ ମ୍ୟାଚରେ ହାର୍ଦ୍ଦିକ ହାସଲ କରିଛନ୍ତି ଏକ ଶତକ । ଟୁର୍ଣ୍ଣାମେଣ୍ଟରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ହାସଲ କରିଛନ୍ତି ଆଉ ଏକ ବଡ ଉପଲବ୍ଧି । IPLରେ ଛକା ମାରିବାରେ ସେ ଶତକ ହାସଲ କରିଛନ୍ତି । ଅନ୍ୟ ଭାରତୀୟ ଖେଳାଳିମାନଙ୍କ ଅପେକ୍ଷା ସବୁଠୁ କମ ମ୍ୟାଚ ଖେଳି ୧୦୦ ଛକା ମାରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ଖେଳାଳି ଏହି ଉପଲବ୍ଧି ହାସଲ କରି ପାରିନାହାନ୍ତି ।
ଗୁଜୁରାଟ-ହାଇଦ୍ରାବାଦ ମ୍ୟାଚରେ ଇତିହାସ ରଚିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ୯୬ତମ ମ୍ୟାଚ ଖେଳୁଥିବା ହାର୍ଦ୍ଦିକ ମାତ୍ର ୮୯ଟି ପାଳିରେ ୧୦୦ ଛକା ହାସଲ କରିଛନ୍ତି । ହାଇଦ୍ରାବାଦ ବିପକ୍ଷରେ ପ୍ରଥମ ଛକା ମାରିବା ସହିତ ଏହି ଉପଲବ୍ଧିକୁ ସେ ନିଜ ନାମରେ କରିଛନ୍ତି । ତେବେ IPLରେ ୧୦୦ ଛକା ମାରିବା ତାଲିକାରେ ସେ ୨୬ତମ ଖେଳାଳି ହୋଇଥିବା ବେଳେ ସବୁଠୁ କମ ବଲରେ ଛକା ମାରିବା କ୍ଷେତ୍ରରେ ସେ ହୋଇଛନ୍ତି ଭାରତର ପ୍ରଥମ ଖେଳାଳି । ୧୦୪୬ ବଲରେ ୧୦୦ ଛକା ମାରି ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।
ପାଣ୍ଡ୍ୟାଙ୍କ ପୂର୍ବରୁ ଋଷଭ ପନ୍ତ ଭାରତ ତରଫରୁ ୧୨୨୪ ବଲରେ ୧୦୦ ଛକା ମାରିଥିଲେ । ତେବେ ରେ ସବୁଠୁ ଶୀଘ୍ର ଛକା ମାରିବା ରେକର୍ଡ ଏବେ ବି ଆନ୍ଦ୍ରେ ରସେଲଙ୍କ ନାମରେ ରହିଛି । ମାତ୍ର ୬୫୭ ବଲ ଖେଳି ୧୦୦ ଛକା ମାରିଥିବା ବେଳେ ୯୪୩ ବଲରୁ ୧୦୦ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି କ୍ରିସ ଗେଲ । ତୃତୀୟରେ ହାର୍ଦ୍ଦିକ ଏବଂ ପନ୍ତଙ୍କ ପରେ ୟୁସୁଫ ପଠାନ ଏହି ତାଲିକାରେ ସାମିଲ ଅଛନ୍ତି । ୧୩୧୩ ବଲରୁ ୧୦୦ ଛକା ମାରି ଏହି ଲିଷ୍ଟରେ ନିଜ ନାମ ଦାଖଲ କରିଛନ୍ତି ୟୁସୁଫ ।