fbpx
BSKY SKY
BSKY SKY

(Video) ଟିମ ଇଣ୍ଡିଆକୁ ଖୁବଶୀଘ୍ର ଫେରୁଛନ୍ତି ହାର୍ଦ୍ଦିକ: ଷ୍ଟାର ଅଲରାଉଣ୍ଡରଙ୍କ ପାଇଁ BCCIର ସ୍ପେଶାଲ ପ୍ଲାନ

BSKY

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଗୋଡ଼ରେ ଆଘାତ ଲାଗିବା ପରେ ସେ ଦଳକୁ ଆଜି ପର୍ଯ୍ୟନ୍ତ କମବ୍ୟାକ କରିପାରି ନାହାନ୍ତି । କିନ୍ତୁ ବର୍ତ୍ତମାନ କ୍ରିକେଟପ୍ରେମୀଙ୍କ ପାଇଁ ଆସିଛି ଏକବଡ଼ ଖୁସି ଖବର । ଖୁବ କମ୍ ଦିନ ମଧ୍ୟରେ ଭାରତୀୟ ଦଳକୁ ପୁଣିଥରେ କମବ୍ୟାକ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ । ଏଥିପାଇଁ ସେ ଖୁବ ପରିଶ୍ରମ ମଧ୍ୟ ଜାରି ରଖିଛନ୍ତି । ତେବେ ଟି-୦ ଅଧିନାୟକଙ୍କୁ ଯଥାଶୀଘ୍ର ସୁସ୍ଥ କରିବା ପାଇଁ ଭାରତୀୟ ବୋର୍ଡ ଏକ ଦମଦଦାର ପ୍ଲାନ ପ୍ରସ୍ତୁତ କରିଛି ।

ଦିନିକିଆ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଫଳରେ ମ୍ୟାଚ ମଝିରୁ ସେ ହସ୍ପିଟାଲଳ ଯାଇଥିବା ବେଳେ ପରେ ଦଳରୁ ବାଦ୍ ପଡ଼ିଥିଲେ । ତେବେ ବର୍ତ୍ତମାନ ପଯ୍ୟନ୍ତ ସେ ଆହତ ସମସ୍ୟା ଯୋଗୁଁ ଦଳରେ କମବ୍ୟାକ କରି ପାରି ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଏବଂ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରୁ ମଧ୍ୟ ସେ ବାଦ୍ ପଡ଼ିଛନ୍ତି । କିନ୍ତୁ ଏବେ ମିଳିଥିବା ରିପୋର୍ଟ ଅନୁସାରେ, ଖୁବଶୀଘ୍ର ହାର୍ଦ୍ଦିକ ଦଳକୁ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ନିଜକୁ ଫିଟ୍ କରିବା ପାଇଁ ସେ ନେସନାଲ କ୍ରିକେଟ ଏକାଡେମୀରେ ଖୁବ ପରିଶ୍ରମ କରୁଥିବା ମଧ୍ୟ ଦେଖାଯାଇଛି । ତେବେ ହାର୍ଦ୍ଦିକଙ୍କୁ ଯଥାଶୀଘ୍ର ସୁସ୍ଥ କରି ଦଳକୁ ଫେରାଇ ଆଣିବା ପାଇଁ ବିସସିଆଇ ମଧ୍ୟ ଏକ ସ୍ପେଶାଲ ପ୍ଲାନ କରିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହାର୍ଦ୍ଦିକ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ବିଭିନ୍ନ ପ୍ରକାରର ବ୍ୟୟାମ କରୁଥିବା ଦେଖିବାକୁ ମିଳିଛି । ତେବେ ବିସିସିଆଇର ପ୍ଲାନ ଅନୁସାରେ ୧୮ ସପ୍ତାହ ମଧ୍ୟରେ ହାର୍ଦ୍ଦିକ ଦଳକୁ କମବ୍ୟାକ କରିପାରନ୍ତି । ବିସିସିଆଇର ଏହି ୧୮ ସପ୍ତାହର ପ୍ଲାନକୁ ପୂରଣ କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଦଳକୁ କମବ୍ୟାକ କରିବେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକଙ୍କ ଫେରିବାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Get real time updates directly on you device, subscribe now.