fbpx

ହାର୍ଦ୍ଦିକ-ବିରାଟଙ୍କ ଏଣ୍ଟ୍ରି… ଖେଳିବେନି ନୂଆ ଚେହେରା: T-20 ବିଶ୍ୱକପରେ କିଏ ପାଇବେ ସୁଯୋଗ?

ନୂଆଦିଲ୍ଲୀ: ଆଗକୁ ଆସୁଛି ଟି-୨୦ ବିଶ୍ୱକପ-୨୦୨୪ । ଏଥିପାଇଁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରି ସାରିଲେଣି । ଖୁବଶୀଘ୍ର ପ୍ରତ୍ୟେକ ଦଳ ଘୋଷଣା ମଧ୍ୟ ହୋଇପାରେ । ମେ’ ୧ ତାରିଖ ସୁଦ୍ଧା ୨୦ଟି ଦେଶ ନିଜର ବିଶ୍ୱକପ ଦଳ ଘୋଷଣା ପାଇଁ ସମୟ ଦିଆଯାଇଛି । ତେବେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଭାରତୀୟ ଦଳ ଉପରେ । IPLରେ ଟିମ ଇଣ୍ଡିଆର ଅନେକ ଖେଳାଳି ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ କାହାକୁ ମିଳିବ ସୁଯୋଗ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ଦଳରେ ବିରାଟ-ହାର୍ଦ୍ଦିକଙ୍କ ସହ ରିଷଭ ପନ୍ତଙ୍କ କମବ୍ୟାକକୁ ନେଇ ଖୁବ ଆଲୋଚନା ହେଉଛି ।

ସୂଚନା ଅନୁସାରେ, ବିଶ୍ୱକପ ପାଇଁ ଟିମ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ଦେକିବାକୁ ମିଳିବ ନାହିଁ । ଏହାସହିତ କୌଣସି ନୂଆ ଚେହେରାଙ୍କୁ ମଧ୍ୟ ସୁଯୋଗ ଦିଆଯିବ ନାହିଁ ବୋଲି ଜାଣିବାକୁ ମିଳିଛି । ରୋହିତଙ୍କ ନେତୃତ୍ୱରେ ବିରାଟ, ହାର୍ଦ୍ଦିକ ଏବଂ ରିଷଭ ଏହି ଦଳରେ ସ୍ଥାନ ପାଇବାର ସମ୍ଭାବନା ଖୁବ ଅଧିକ ରହିଛି । ତେବେ ୨୦ ଜଣିଆ ଖେଳାଳିଙ୍କୁ ନେଇ ବିଶ୍ୱକପ ପାଇଁ ସମ୍ଭାବ୍ୟ ଦଳ ଚୟନ କରାଯାଇଛି । ଏଥିରେ ପ୍ରାୟତଃ ୧୦ ଜଣ ଖେଳାଳିଙ୍କ ସ୍ଥାନ ପକ୍କା ଥିବା ବେଳେ ୫ ଜଣଙ୍କୁ ଷ୍ଟାଣ୍ଡବାଏ ଖେଳାଳି ରଖାଯାଇଛି । ଏହି ୨୦ ଜଣିଆ ଟିମରେ ୬ ବ୍ୟାଟ୍ସମ୍ୟାନ୍, ୪ ଜଣ ଅଲରାଉଣ୍ଡରଙ୍କ ସମେତ, ୩ ସ୍ପେଶାଲିଷ୍ଟ ସ୍ପିନର ଏବଂ ୩ ଜଣ ୱିକେଟ କିପରଙ୍କୁ ସ୍ଥାନ ମିଳିଛି । ଏହାବ୍ୟତୀତ ୪ ଜଣ ପେସ୍ ବୋଲରଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ମିଳିପାରେ ।

ସମ୍ଭାବ୍ୟ ୨୦ ସଦସ୍ୟ ଟିମ୍:

ବ୍ୟାଟ୍ସମ୍ୟାନ୍: ରୋହିତ ଶର୍ମା, ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ

ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଅକ୍ସର ପଟେଲ

ସ୍ପେଶାଲିଷ୍ଟ ସ୍ପିନର: କଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ

ୱିକେଟ କିପର: ରିଷଭ ପନ୍ତ, କେ.ଏଲ ରାହୁଲ ଏବଂ ସଞ୍ଜୁ ସାମସନ

ପେସ୍ ବୋଲର: ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଆଭେଶ ଖାନ୍

ଏମାନଙ୍କ ମଧ୍ୟରୁ ୧୦ ଜଣ ଖେଳାଳିଙ୍କ ସ୍ଥାନ ପକ୍କା ମନେ ହେଉଥିବା ବେଳେ କିଛି କେଳାଳିଙ୍କୁ ବାଦ୍ ଦିଆ ଯାଇପାରେ । ଏହାବ୍ୟତୀତ ଇଶାନ୍ କିଶାନଙ୍କ ଉପରେ ମଧ୍ୟ ବିସିସିଆଇ ନଜର ରଖିଛି । ତେବେ ଆଇପିଏଲରେ ଦମଦାର ବୋଲିଂ କରୁଥିବା ମୟଙ୍କ ଯାଦବ, ହର୍ଷିତ ରାଣା ଏବଂ ଆକାଶ ମଧୱାଲ ଭଳି ଖେଳାଳିଙ୍କୁ ନେଟ ବୋଲର ପାଇଁ ସୁଯୋଗ ଦେଇପାରେ ଟିମ ଇଣ୍ଡିଆ ଏ ନେଇ ଏବେ ଖୁବ ଆଲୋଚନା ଲାଗି ରହିଛି । ଆସନ୍ତା ୧ ତାରିଖ ସୁଦ୍ଧା ଏହ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଦଳ ଘୋଷଣା କରିପାରେ ଟିମ ଇଣ୍ଡିଆ ।

Get real time updates directly on you device, subscribe now.