fbpx
BSKY
BJD SHG SKY
BJD MC SKY

ଏହି କାରଣରୁ ଇସ୍ତଫା ଦେଇଥିଲେ ହର୍ଷବର୍ଦ୍ଧନ, ରବିଶଙ୍କର ସମେତ ଅନ୍ୟ ମନ୍ତ୍ରୀ! କାରଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ପୁର୍ନଗଠନକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶେଷ କରି ମନ୍ତ୍ରିମଣ୍ଡଳରୁ କିଛି ବରିଷ୍ଠ ନେତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଲାଗି ରହିଛି । ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦଙ୍କ ପରି ବ୍ୟକ୍ତିତ୍ୱଙ୍କୁ କ୍ୟାବିନେଟରୁ ହଟାଯିବାର କାରଣ କଣ ତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ଏହି ସବୁ ମାମଲାକୁ ନେଇ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂତନ କ୍ୟାବିନେଟ ସହିତ ପ୍ରଥମ ବୈଠକରେ କହିଛନ୍ତି ଯେ, ଏହି ସବୁ ଅନୁଭବୀ ମନ୍ତ୍ରୀଙ୍କୁ ବ୍ୟବସ୍ଥା କାରଣରୁ ଇସ୍ତଫା ଦେବାକୁ ପଡିଛି । ମନ୍ତ୍ରୀମାନଙ୍କର ଇସ୍ତଫା ଦେବା ସେମାନଙ୍କ କ୍ଷମତା ସହ କୌଣସି ସମ୍ପର୍କ ନାହିଁ । ନୂତନ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଉପଦେଶ ଦେଇ କହିଛନ୍ତି, ସେମାନେ ଏହି ବରିଷ୍ଠ ନେତାଙ୍କ ସହ ମିଶି ସେମାନଙ୍କର ଅନୁଭବର ଫାଇଦା ନିଅନ୍ତୁ ।

ସୂଚନାଯୋଗ୍ୟ କେନ୍ଦ୍ର ମନ୍ତ୍ରୀ ପରିଷଦରେ ବୁଧବାର ହୋଇଥିବା ସଂପ୍ରସାରଣ ପୂର୍ବରୁ  ରମେଶ ପୋଖରିଆଲ ନିଶଙ୍କ, ଡା.ହର୍ଷବର୍ଦ୍ଧନ, ସଦାନନ୍ଦ ଗୌଡ଼ା, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭେଡ଼େକର, ସନ୍ତୋଷ କୁମାର ଗଙ୍ଗୱାର ଆଦି ପ୍ରମୁଖ ନେତା ଇସ୍ତଫା ଦେଇଥିଲେ ।

ସଂପ୍ରସାରିତ ନୂତନ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ଅଗ୍ରାଧିକାର ଦିଅ।।ଯାଇଥିଲା । କୃଷି ଭିତ୍ତିଭୂମିର ବିକାଶ ପାଇଁ ଏକ ଲକ୍ଷ କୋଟି ଏବଂ କରୋନା ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ୨୩ ହଜାର କୋଟି ଟଙ୍କାର ଆର୍ଥିକ ସହାୟତ ଘୋଷଣା କରାଯାଇଛି । କୃଷି କ୍ଷେତ୍ର ପାଇଁ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ମଣ୍ଡି ଭିତ୍ତିଭୂମିର ବିକାଶ କରାଯିବ ।

Get real time updates directly on you device, subscribe now.