fbpx

ସାହାରା ଟଙ୍କା ପାଇଁ କରିଛନ୍ତି କି ଆବେଦନ ? ତେବେ ତୁରନ୍ତ ଚେକ୍‌ କରନ୍ତୁ କମ୍ପାନୀ ଦ୍ଵାରା ଜାରି ହୋଇଥିବା ଏହି ଲିଷ୍ଟ୍‌

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି କମ୍ପାନୀରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ସାହାରା ଇଣ୍ଡିଆର ରିଫଣ୍ଡ ପୋର୍ଟାଲ୍‌ରେ ଆପଣ ନିଜର ଆପ୍ଲିକେଶନ ଷ୍ଟାଟସ୍‌ ଚେକ୍‌ କରିପାରିବେ ।

ସାହାରା ଇଣ୍ଡିଆର ରିଫଣ୍ଡ୍‌ ପୋର୍ଟାଲ୍‌ରେ ନୂଆ ପେମେଣ୍ଟ୍‌ ଲିଷ୍ଟ୍‌ ଜାରି କରିଛି କମ୍ପାନୀ ।

ଏହି ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ତାହା ଯାଞ୍ଚ୍‌ କରନ୍ତୁ । ଯଦି ଆପଣ ମଧ୍ୟ ରିଫଣ୍ଡ୍‌ ପାଇବାକୁ ଆବେଦନ କରିଥିଲେ, ତେବେ ଆପଣ ଏହି ଲିଷ୍ଟ୍‌ ତୁରନ୍ତ ଚେକ୍‌ କରିବାର ଆବଶ୍ୟକତା ରହିଛି ।

ଏହି ଖବର ଏବେ ପ୍ରାୟ ୧୦ କୋଟି ସାହାରା ନିବେଶକଙ୍କୁ ଖୁସି ଖବର ଦେବାକୁ ଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ । ଏଥିପାଇଁ ସାହାରା ଇଣ୍ଡିଆ ପକ୍ଷରୁ ରିଫଣ୍ଡ ପୋର୍ଟାଲ ଆରମ୍ଭ କରାଯାଇଛି । ସାହାରା ଇଣ୍ଡିଆରେ ନିବେଶ କରି ଟଙ୍କା ଫେରି ପାଇନଥିଲେ ସିଂହ ଭାଗ ନିବେଶକ ।

ଏହାପରେ ବହୁ ହଙ୍ଗାମା ହୋଇଥିଲା । ସାହାରା ଇଣ୍ଡିଆର ଲୋଭନୀୟ ସ୍କିମ୍‌ରେ ନିବେଶ କରିବାକୁ ଲୋକଙ୍କୁ ଆହ୍ୱାନ୍‌ ଦିଆଯାଇଥିଲା । କୋଟି କୋଟି ଲୋକ ଏଥିରେ ନିବେଶ କରିଥିଲେ ହେଲେ ମୂଳ ଟଙ୍କା ମଧ୍ୟ ପାଇ ପାରିନଥିଲେ ।

ସାହାରା ଇଣ୍ଡିଆ ଏକ ବଡ଼ ନବେଶ କମ୍ପାନୀ ଥିଲା । ଯେଉଠିଁ ଅନେକ ଲୋକ ନିବେଶ କରିଥିଲେ । ବର୍ତ୍ତମାନ ପାଇଁ କେବଳ ୪ଟି ସ୍କିମ୍‌ରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଫରେସ୍ତ କରାଯାଉଛି । ସେଗୁଡିକ ହେଉଛି ସାହାରା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରାୟାନ୍‌ ୟୁନିଭର୍ସାଲ ମଲ୍‌ଟିପର୍‌ପଜ୍‌ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌ ଓ ଷ୍ଟାର୍ଟ୍‌ ମଲ୍‌ଟିପର୍‌ପଜ୍‌ କୋପରେଟିଭ୍‌ ସୋସାଇଟି ଲିମିଟେଡ୍‌ରେ ନିବେଶ କରିଥିବା ନିବେଶକଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଆପଣ ବି ନିବେଶ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଥିଲେ, ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଭିଜିଟ୍‌ କରିବାକୁ ହେବ । ଏଠାରେ ରିଫଣ୍ଡ୍‌ ପୋର୍ଟାଲ୍‌ରେ କ୍ଲିକ୍‌ କରନ୍ତୁ । ଏହାପରେ ଏକ ଫର୍ମ ଫିଲ୍‌ପ୍‌ କରି ସବ୍‌ମିଟ୍‌ ଉପରେ କ୍ଲିକ୍‌ କରନ୍ତୁ । ଏଭଳି ଭାବରେ ସମସ୍ତ ଆବେଦନକାରୀ ନିବେଶ ଟଙ୍କା ଫେରି ପାଇବେ ।

Get real time updates directly on you device, subscribe now.