fbpx
BSKY
BJD SHG SKY
BJD MC SKY

(Video)ଆପଣ କେବେ ଦେଖିଛନ୍ତି କି ରାବଣର ଏପରି ଏଣ୍ଟ୍ରି, ଲୋକମାନେ ପ୍ରଶ୍ନ କଲେ ପୁଷ୍ପକ ବିମାନ ଚୋରି ହୋଇଛି କି?

ଓଡିଶା ଭାସ୍କର : ଦେଶ ସାରା ମଙ୍ଗଳବାର ଅର୍ଥାତ ୨୪ ଅକ୍ଟୋବର ରେ ବିଜୟା ଦାଶମୀ ଉତ୍ସବ ପାଳନ କରାଯାଇଥିଲା । ଏଥି ପାଇଁ ବିଭିନ୍ନ ସ୍ଥାନରେ ରାବଣ ପୋଡି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ରାବଣକୁ ଦହନ କରିବା ସମୟରେ ସମାଜକୁ ଏହା କୁହାଯାଏ, ପରିସ୍ଥିତି ଯେତେ ଖରାପ ହେଉ ଅନ୍ୟାୟ କେତେ ମଧ୍ୟ ଶକ୍ତିଶାଳୀ ହେଉ ଶେଷରେ ନ୍ୟାୟ ଜିତିଥାଏ । ତେବେ ଏହାରି ମଧ୍ୟରେ ଏକ ମର୍ଡନ ରାବଣର ଏଣ୍ଟ୍ରି ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ଏଣ୍ଟ୍ରି ଏବଂ କାର୍ଯ୍ୟକଳାପ ଦେଖି ଲୋକମାନେ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । ଲୋକମାନେ କମେଣ୍ଟ କରିଛନ୍ତି ଏବଂ ଏହି ଭିଡିଓକୁ ଦେଖି ଏନଜୟ ମଧ୍ୟ କରିଛନ୍ତି ।

ଆପଣ ଅନେକ ସ୍ଥାନରେ ରାମଲିଳା ଦେଖିଥିବେ ତେବେ ରାବଣର ଏଣ୍ଟ୍ରି ପୁଷ୍ପକ ବିମାନରେ ହୋଇଥାଏ, ଅନେକ ସ୍ଥାନରେ ସାଧାରଣ ଏଣ୍ଟ୍ରି ଦ୍ୱାରା କାମକୁ ଚଳାଇ ନିଆଯାଏ । କିନ୍ତୁ ପଞ୍ଜାବର ହୋସିଆରପୁର ପିଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଆପଣ ଦେଖିବାକୁ ପାଇବେ ସିଦ୍ଧୁ ମୁସେ ୱାଲା ଗୀତରେ ରାବଣ ବୁଲେଟ ନେଇ ଏଣ୍ଟ୍ରି କରୁଛି । ବୁଲେଟ ସାଇଡରେ ରଖିବା ପରେ ରାବଣ ଷ୍ଟେଜ ଉପରକୁ ଚଢୁଛି । କିଛି ସମୟ ବୁଲିବା ପରେ ପଞ୍ଜାବୀ ଗୀତରେ ନାଚିବା ଆରମ୍ଭ କରୁଛି । ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ ରାବଣର ଏହି ନାଚ ଖୁବ ପସନ୍ଦ ଥିଲା ।

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @xavierunclelite ନାମକ ପେଜରୁ ସେୟାର କରାଯାଇଛି । ୨୪ ଅକ୍ଟୋବରରେ ଏହି ଭିଡିଓ ସେୟାର ହୋଇଥିଲା । ଏହି ଭିଡିଓ କ୍ୟପସନରେ ଦଶହରା ଶୁଭେଚ୍ଛା ଦିଆଯାଇଛି । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୨ ଳକ୍ଷ ୭୬ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ।

Get real time updates directly on you device, subscribe now.