fbpx

‘ୱୋ ରୋ ରହା ଥା ଔର ମୈ ଭି’… ବିରାଟ ଶୁଣାଇଲେ ରୋହିତ ଓ ନିଜର ସ୍ପେଶାଲ ଷ୍ଟୋରୀ

Advertisement

ଓଡିଶା ଭାସ୍କର: ବିରାଟ କୋହଲି ବିଜୟ ଉତ୍ସବ ପରେ ମୁମ୍ବାଇ ୱାନଖେଡେ ଷ୍ଟାଡିୟମରେ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ । ବାରବାଡୋସ ବିଜୟ ପରେ ସେମାନେ ଚାମ୍ପିୟନ ହେଲା ପରେ କେମିତି ସେ ଓ ରୋହିତ କାନ୍ଦିଥିଲେ, ତାହା ଉପରେ କିଙ୍ଗ କୋହଲି ପରଦା ହଟାଇଛନ୍ତି । ବିଶ୍ୱ ବିଜେତା ହେବା ପରେ ଉଭୟେ ଉଭୟଙ୍କୁ ଆଲିଙ୍ଗନ କରିଥିଲେ । ରନ ମେସିନ କୋହଲି ବିଗତ ୧୫ ବର୍ଷ ମଧ୍ୟରେ ରୋହିତଙ୍କୁ କେବେ ବି ଏତେ ମାତ୍ରାରେ ଭାବୁକ ହେବା ଦେଖି ନ ଥିବା ମଧ୍ୟ କହିଛନ୍ତି । ଯେତେବଳେ ସେ ସିଢି ଦେଇ ସେ ଡ୍ରେସିଂ ରୁମ ପଟେ ଯାଉଥିଲେ, ସେହି ସମୟରେ ରୋହିତ କାନ୍ଦୁଥିଲେ ବୋଲି କହିଛନ୍ତି ବିରାଟ । ପରେ ଆମେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲୁ । ଦୁହେଁ ଏହି ସମୟରେ ମନଭରି କାନ୍ଦିଥିଲୁ । ଏହି ସମୟ ତାଙ୍କ ପାଇଁ ଚିର ଅମର ହୋଇ ରହିବ ବୋଲି କହିଛନ୍ତି ବିରାଟ । ଟ୍ରଫିକୁ ପାଖକୁ ଆଣି ଛୁଇଁବାଠୁ ଆଉ କ’ଣ ଭଲ ମୁହୂର୍ତ୍ତ ହୋଇପାରେ ବୋଲି କହିଛନ୍ତି ବିରାଟ ।
କୋହଲି ୨୦୧୧ ଦିନିକିଆ ବିଶ୍ୱକପ ବିଜୟ ପରେ ଏହା ଜାଣି ପାରି ନ ଥିଲେ ଯେ ସଚିନଙ୍କ ସହ ଟିମର ବରିଷ୍ଠ ଖେଳାଳିମାନେ କାହିଁକି କାନ୍ଦୁଥିଲେ । ମାତ୍ର ଏବେ ସେ ଏହା ବୁଝି ଯାଇଛନ୍ତି ବୋଲି କହିଛନ୍ତି ବିରାଟ । ବର୍ତ୍ତମାନ ସମୟରେ ସେ ବରିଷ୍ଠ ଖେଳାଳି ହୋଇ ସାରିଛନ୍ତି । ଫଳରେ ଏହା ତାଙ୍କ ପାଇଁ ବୁଝିବା ସହଜ ହୋଇଛି । କହିରଖୁ, ବିଶ୍ୱ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆକୁ ୧୨୫ କୋଟିର ପୁରସ୍କାର ମିଳିଛି । ଏହାର ଘୋଷଣା କରିଛି ବିସିସିଆଇ ।

Get real time updates directly on you device, subscribe now.