ଅଭିନେତ୍ରୀ ମୁନ୍ ମୁନ୍ ମି ଠୁ କୁ ନେଇ କଲେ ଏପରି ଖୁଲାସା, ପଢ଼ିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ

News across the Earth, news close to your heart, Read Odisha Bhaskar English

ମୁମ୍ବାଇ,  ୭ା୪ (ଓଡିଶା ଭାସ୍କର): ବଲିଉଡ୍ ଜଗତରେ ମି ଠୁ କିଛି ନୁଆ କଥା ନୁହେଁ । ଅନେକ ବଡ ବଡ ହସ୍ତୀ ମାନେ ଏହି ମି ଠୁ କୁ ସାମନା କରିସାରିଛନ୍ତି ଏବଂ ଏହା ବିଷୟରେ ଖୋଲାଖୋଲି ଭାବରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି ମଧ୍ୟ । ଏହି ମି ଠୁ ପାଇଁ ରାଜନେତାଠୁ ଆରମ୍ଭ କରି ପ୍ରତିଷ୍ଠିତ ଫିଲ୍ମ କଳାକାର ଏବଂ ନିର୍ଦ୍ଦେଶକ ମାନେ ବିବାଦରେ ଫସିଛନ୍ତି । ମହିଳାମାନଙ୍କୁ ସଫଳତା ଦେବା ପାଇଁ କିଛି ଖରାପ ପ୍ରବୃତିର ଲୋକମାନେ ସେମାନଙ୍କ ସହ ଯୌନ ଉତ୍ପୀଡନ ଭଳି ଘୃଣ୍ୟ କାମ କରନ୍ତି । ହେଲେ ଆପଣ ମାନେ ଜାଣିଛନ୍ତି କି ଏହି ମି ଠୁ କେବଳ ଫିଲ୍ମରେ ସୀମିତ ନୁହେଁ ବରଂ ରିୟଲ୍ ଲାଇଫ୍ ରେ ମଧ୍ୟ ଅନେକ ଝିଅ ଏପରି ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରିଛନ୍ତି । ଆଉ ତାହା ଏବେବି ଜାରି ରହିଛି । ବିଶେଷ କରି କର୍ମକ୍ଷେତ୍ରରେ ମହିଳାମାନଙ୍କୁ ଏପରି ବ୍ୟବହାର କରାଯାଏ । ଯାହାର ଅନେକ ଉଦାହରଣ ରହିଛି ।

ତେବେ ଏନେଇ ନିଜ ସହ ବିତିଯାଇଥିବା କିଛି ସ୍ମୃତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି “ତାରକ୍ ମେହେତା କା ଉଲଟା ଚଷମା’ର ବବିତା ଆଇୟର୍ ବା ଅଭିନେତ୍ରୀ ମୁନ୍ ମୁନ୍ ଦତ୍ତା । ସେ ମଧ୍ୟ ଯୌନ ଉତ୍ପୀଡନର ଶିକାର ହୋଇଛନ୍ତି ।


ଅଭିନେତ୍ରୀ ମୁନ୍ ମୁନ୍ ଦତ୍ତା ଉଭୟ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନ୍ ରେ ଆକ୍ଟିଭ୍ ରୁହନ୍ତି । ତେବେ ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ମି ଠୁ କୁ ନେଇ ତାଙ୍କ ସହ ବିତିଯାଇଥିବା କିଛି ଅଶାଳୀନ ମୁହୁର୍ତ୍ତର ଖୁଲାସା କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ମହଲରେ ଚହଳ ସୃଷ୍ଟି କରିଛି । ଏନେଇ ସେ ନିଜ ଇନଷ୍ଟ୍ରାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୋତେ ମୋ ଘର ପାଖରେ ରହୁଥିବା ପଡୋଶୀଙ୍କୁ ଦେଖିଲେ ଡର ଲାଗୁଥିଲା । କାରଣ ସେମାନେ ଯେଉଁ ନଜରରେ ମୋତେ ଦେଖୁଥିଲେ ତାହା ମୋ ମନରେ ଭୟ ଆଣିଦେଉଥିଲା । ଯେଉଁ ଲୋକ ମୁଁ ଜନ୍ମ ହେବା ବେଳେ ମୋତେ ହସ୍ପିଟାଲରେ ଦେଖିଥିଲେ ସେମାନେ ମୋତେ ୧୩ ବର୍ଷ ପରେ ଯେତେବେଳେ ମୁଁ ଯୁବତୀ ଏବଂ ମୋ ଦେହରେ ପରିବର୍ତ୍ତନ ଆସିସାରିଛି ସେତେବେଳେ ସେ ଭାବୁଛନ୍ତି ଏହା ହେଉଛି ମୋ ଦେହରେ ହାତ ଦେବାର ଉପଯୁକ୍ତ ସମୟ…….. ଏବଂ ଟ୍ୟୁସନ୍ ଶିକ୍ଷକଙ୍କ ହାତ ମୋ ଅଣ୍ଡରପ୍ୟାଣ୍ଟରେ ଥିଲା ଏବଂ ଆଉ ଜଣେ ଶିକ୍ଷକ, ଯାହାକୁ ମୁଁ ରାକ୍ଷୀ ବାନ୍ଧିଥିଲି ସେ ଶ୍ରେଣୀରେ ଅନ୍ୟ ଝିଅମାନଙ୍କ ବ୍ରା ଷ୍ଟ୍ରାପ୍ କୁ ଭିଡିବା ଏବଂ ସେମାନଙ୍କ ଛାତିକୁ ଚାପୁଡା ମାରୁଥିଲେ’ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ତୁମେମାନେ କାହାକୁ ବ୍ୟାଖ୍ୟା କରି ପାରୁନ କାରଣ ତୁମେ ଏହିସବୁ କୁ କାହା ସାମନା କହିବା ପାଇଁ ଲାଜ କରୁଛ ଏବଂ କାହାକୁ କିପରି ଏ ବିଷୟରେ କହିବ ତାହା ଜାଣିପାରୁନ । ହେଲେ ମୋ ସହ ବିତିଥିବା ଏହି ମୁହୁର୍ତ୍ତ ସବୁକୁ ଚାପି ଅନେକ ଆଗକୁ ବଢ଼ିଛି । କିନ୍ତୁ ଆଜି ମୁଁ ଖୁସି ଯେ ଏନେଇ ଅନେକ ସ୍ୱର ଉତ୍ତୋଳନ କରାଯାଉଛି’ ।

 

Get real time updates directly on you device, subscribe now.