fbpx

ଭଲ ପ୍ରଦର୍ଶନ ପରେ ମଧ୍ୟ ରିପୋର୍ଟ କାର୍ଡରେ କିଛି ଏପରି ଲେଖିଲେ ଶିକ୍ଷକ, ଯାହାକୁ ପଢିଲେ ଆପଣ ମଧ୍ୟ ହେଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ପିଲା ବେଳେ ଶ୍ରେଣୀରେ ଅଧିକ ନମ୍ବର ରଖିଥିଲେ ଆପଣଙ୍କୁ ଶିକ୍ଷକ ପ୍ରଶଂସା କରିଥିବେ । ରିପୋର୍ଟ କାର୍ଡରେ ଶିକ୍ଷକଙ୍କ ମନ୍ତବ୍ୟ ଆବଶ୍ୟକ । ଏହା ଦ୍ୱାରା ପିଲାଙ୍କ ପାଠ ପଢିବା ଆଗ୍ରହ ମଧ୍ୟ ବଢେ । ଅଭିଭାବକମାନେ ସେମାନଙ୍କ ପିଲା ବିଷୟରେ ମଧ୍ୟ ଏହା ଦ୍ୱାରା ଜାଣିବାକୁ ପାଇଥାଆନ୍ତି। କିନ୍ତୁ ଜଣେ ଶିକ୍ଷକଙ୍କ ଗୋଟିଏ ଭୁଲ ସୋସିଆଲ ମିଡିଆରେ ବ୍ୟବହାରକାରୀଙ୍କୁ ଏବେ ଚକିତ କରୁଛି ।

ଶିକ୍ଷକଙ୍କ ମନ୍ତବ୍ୟର ଏକ ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପେପର ଫଳାଫଳ ଉପରେ “ସେ ମରିଯାଇଛନ୍ତି” ବୋଲି ଲେଖିଛନ୍ତି। ଯାହା ଏହି ଫଟୋରୁ ଦେଖିବାକୁ ମିଳୁଛି ଛାତ୍ରୀ ଅଧିକାଂଶ ବିଷୟଗୁଡ଼ିକରେ ଭଲ ମାର୍କ ପାଇଥିଲେ ଏବଂ ଶ୍ରେଣୀରେ ସପ୍ତମ ପାଇଥିଲେ । କିନ୍ତୁ ଶିକ୍ଷକ ଏଥିରେ ଭୁଲ୍ ରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ଦେଖି ଉପଭୋକ୍ତା ଭାବୁଥିବେ ଯେ ଶିକ୍ଷକଙ୍କୁ ବାସ୍ତବରେ ପଢ଼ିବା ଆବଶ୍ୟକ ।

ତେବେ ସେୟାର ହେଇଥିବା ଏହି ଟ୍ୱିଟରକୁ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାରରୁ ଅଧିକ ଥର ଦେଖାଯାଇଛି । ଅନଲାଇନରେ ଅନେକ ବ୍ୟବହାରକାରୀଙ୍କ ଦ୍ୱାରା ଶିକ୍ଷକଙ୍କ ମନ୍ତବ୍ୟକୁ ସମାଲୋଚନା କରାଯାଇଥିଲା। ଜଣେ ଉପଭୋକ୍ତା କହିଛନ୍ତି, “ପାସ୍” ହେବା ଅପେକ୍ଷା ଏହି ମନ୍ତବ୍ୟ ପାଇଁ ବହୁତ ଖରାପ ଲାଗୁଛି। ଅନ୍ୟମାନେ ମଧ୍ୟ ଅନେକ ଇମୋଜି ପୋଷ୍ଟ କରିଥିଲେ।

Get real time updates directly on you device, subscribe now.